ଅନିଶ୍ଚିତତା ଘେରରେ ଝାରସୁଗୁଡ଼ା ବିମାନବନ୍ଦର ଭବିଷ୍ୟତ : ଘରୋଇ କରଣ ଭୟ

ଝାରସୁଗୁଡ଼ା : ଝାରସୁଗୁଡ଼ା ସ୍ଥିତ ବୀର ସୁରେନ୍ଦ୍ର ସାଏ ବିମାନବନ୍ଦରର ଘରୋଇକରଣ ଯୋଜନା ଚାଲିଛି । ଆସନ୍ତା ୨୦୨୨ ଜାନୁଆରୀ ମାସରେ ଏହାର ବିଡିଂ ପ୍ରକ୍ରିୟା ଆରମ୍ଭ ହେବା ନେଇ ଜାତୀୟ ଗଣମାଧ୍ୟମରେ ଖବର ପ୍ରକାଶ ପାଇବା ପରେ ଏହାକୁ ନେଇ ବିଭିନ୍ନ ମହଲରେ ପ୍ରତିକ୍ରିୟା ପ୍ରକାଶ ପାଇବାରେ ଲାଗିଛି । ପଶ୍ଚିମ ଓଡ଼ିଶାର ଶିଳ୍ପ ଏବଂ ବାଣିଜି୍ୟକ କେନ୍ଦ୍ର ଝାରସୁଗୁଡ଼ାରେ ବିମାନବନ୍ଦରର ଭବିଷ୍ୟତ ଉଜ୍ଜ୍ୱଳ ଥିବା ସହ ଆଗକୁ ବ୍ୟବସାୟିକ ଲାଭ ଏବଂ ସରକାରୀ ରାଜସ୍ୱ କ୍ଷେତ୍ରରେ ଅବିଶ୍ୱସନୀୟ ସଫଳତା ପାଇବାର ସମ୍ଭାବନା ରହିଥିବା ସ୍ଥଳେ ଏହାକୁ କାହିଁକି ଘରୋଇକରଣ କରାଯିବାର ଯୋଜନା କରାଯାଉଛି ବୋଲି ପ୍ରଶ୍ନ ହେବାରେ ଲାଗିଛି । ଏହାଦ୍ୱାରା ବିମାନବନ୍ଦରର ବିକାଶ ଏବଂ ନିଯୁକ୍ତିର ସୁଯୋଗ ବହୁଳ ଭାବେ ସଙ୍କୁଚିତ ହେବ ବୋଲି ଅନେକେ ସମାଲୋଚନା କରିବାକୁ ଲାଗିଲେଣି ।

ଏୟାରପୋର୍ଟ ଅଥରିଟି ଅଫ ଇଣ୍ଡିଆର ବୋର୍ଡ କିଛି ଦିନ ପୂର୍ବେ ଦେଶର ୧୩ଟି ବିମାନବନ୍ଦରର ଘରୋଇକରଣ ପ୍ରସ୍ତାବକୁ ଅନୁମୋଦନ କରିଛି । ଆଗାମି ୨୦୨୪ ରେ ବିମାନବନ୍ଦର ଘରୋଇକରଣ ଦ୍ୱାରା କେନ୍ଦ୍ର ସରକାର ୩ ହଜାର ୩୬୦ କୋଟି ଟଙ୍କା ଘରୋଇ ପୁଞ୍ଜିନିବେଶର ଲକ୍ଷ୍ୟ ରଖିଛନ୍ତି । ଏହି ୧୩ଟି ବିମାନବନ୍ଦର ମଧ୍ୟରେ ୬ଟି ବୃହତ ବିମାନବନ୍ଦର ରହିଛି । ଯେଉଁଥିରେ ଭୁବନେଶ୍ୱର ସହିତ ବାରାଣାସୀ, ଗୋଆ, ଅମୃତସର, ତ୍ରିଚି, ଇନ୍ଦୋର ଏବଂ ରାୟପୁର ଅନ୍ତର୍ଭୁକ୍ତ । ଏଥିହ ଛୋଟ ବିମାନବନ୍ଦର ଭାବେ ଝାରସୁଗୁଡ଼ା, ଗୟା, କୁଶିନଗର, କାଙ୍ଗ୍ରା, ତିରୁପତି, ଜବଲପୁର ଏବଂ ଜଳଗାଓଁ ଭଳି ୭ଟି ବିମାନବନ୍ଦର ରହିଛି । ଭୁବନେଶ୍ୱର ବିଜୁ ପଟ୍ଟନାୟକ ଆନ୍ତର୍ଜାତୀୟ ବିମାନବନ୍ଦର ସହ ଝାରସୁଗୁଡ଼ା ବୀର ସୁରେନ୍ଦ୍ର ସାଏ ବିମାନବନ୍ଦରକୁ କ୍ଲବ କରାଯାଇ ଘରୋଇକରଣ ଯୋଜନା ରହିଛି ।

ପୂର୍ବରୁ ଅଦାନୀ ଗ୍ରୁପ ହାତକୁ ଅହମ୍ମଦାବାଦ, ଜୟପୁର, ଲକ୍ଷ୍ନୌ, ତିରୁଅନନ୍ତପୁରମ, ମାଙ୍ଗାଲୁରୁ ଏବଂ ଗୁଆହାଟୀ ଭଳି ବିମାନବନ୍ଦର ଘରୋଇକରଣ ପ୍ରକ୍ରିୟାରେ ଯାଇ ସାରିଛି । ସରକାରୀ ତଥ୍ୟ ଅନୁଯାୟୀ, ଗତ ୨୦୨୦ ବର୍ଷରେ ଝାରସୁଗୁଡ଼ା ବିମାନବନ୍ଦର ୧୬.୯୨ କୋଟି ଟଙ୍କାର କ୍ଷତି ସହିଛି । ମାତ୍ର ଭୁବନେଶ୍ୱର ବିମାନବନ୍ଦର ସେହି ବର୍ଷରେ ୩୪.୨୨ କୋଟି ଟଙ୍କାର ଲାଭ କରିଛି । କରୋନା ମହାମାରୀ କାରଣରୁ ବିମାନସେବା ଗୁରୁତର ପ୍ରଭାବିତ ହେବା ସହ ବ୍ୟବସାୟିକ କ୍ଷତି ଏବଂ ସରକାରୀ ରାଜସ୍ୱ ହ ୍ରାସ ପାଇବା ସ୍ୱାଭାବିକ ଥିଲା । ଝାରସୁଗୁଡ଼ା ବିମାନବନ୍ଦର ଗତ ୨୦୧୮ ସେପେଫମ୍ବର ୨୨ ତାରିଖ ପ୍ରଧାନମନ୍ତ୍ରୀଙ୍କ ହାତରେ ଉଦଘାଟିତ ହେବା ସହ ବିମାନସେବାର ଶୁଭାରମ୍ଭ ହେବା ପରେ ପରବର୍ତୀ ବର୍ଷ ଅର୍ଥାତ ୨୦୧୯ ମାର୍ଚ୍ଚ ମାସ ୩୧ ତାରିଖରେ ଆର୍‌ସିଏସ୍‌-ଉଡ଼ାନ ଯୋଜନାରେ ନିୟମିତ ବିମାନସେବା ଆରମ୍ଭ ହୋଇଥିଲା । କମ ସମୟ ମଧ୍ୟରେ ଝାରସୁଗୁଡ଼ା ବିମାନବନ୍ଦର ଦେଇ ଦେଶର ପ୍ରମୁଖ ସହର ଦିଲ୍ଲୀ, କୋଲକାତା, ହାଇଦ୍ରାବାଦ, ରାୟପୁର, ଭୁବନେଶ୍ୱର, ପାଟଣା, ବାଙ୍ଗାଲୁରୁ, ମୁମ୍ବଇ, ଚେନ୍ନଇ ଆଦି ସହରକୁ ସିଧାସଳଖ ଯୋଡ଼ି ହେବା ସହ ବିମାନସେବା ଯୋଗାଇ ଆସୁଛି । ମାତ୍ର ଏବେ ଘରୋଇକରଣ ପ୍ରକ୍ରିୟା ଆରମ୍ଭ ହେବା ପରେ ଝାରସୁଗୁଡ଼ା ଭଳି ବିମାନବନ୍ଦରର ଭବିଷ୍ୟତ କ’ଣ ହେବ ତାହାକୁ ନେଇ ସଂଶୟ ଦେଖା ଦେଲାଣି । ଝାରସୁଗୁଡ଼ା ଚେମ୍ବର ଅଫ କମର୍ସର ସଭାପତି ହୀରାଲାଲ ଲୋକଚନ୍ଦାନୀ ଝାରସୁଗୁଡ଼ା ବିମାନବନ୍ଦରର ଘରୋଇକରଣ ଯୋଜନାକୁ ବିରୋଧ କରିବା ସହ ସରକାର ଏହି ବିମାନବନ୍ଦରର ପରିଚାଳନା ଦାୟିତ୍ୱ ନିଜ ହାତରେ ରଖ;ୁ ବୋଲି ଦାବି କରିଛନ୍ତି । କଂଗ୍ରେସ ନେତା ମହେନ୍ଦ୍ର ନାଏକ ମଧ୍ୟ ଅନୁରୂପ ଭାବେ ଏହି ଘରୋଇକରଣ ଯୋଜନାକୁ ବିରୋଧ କରିଛନ୍ତି ।

Comments are closed.