ଭୁବନେଶ୍ୱର : ଆସନ୍ତା ୧୦ ତାରିଖରେ ଝାରସୁଗୁଡ଼ା ଉପନିର୍ବାଚନ ପାଇଁ ମତଦାନ ହେବ। ଚଳିତ ବର୍ଷ ପ୍ରଥମ ଥର ପାଇଁ ଝାରସୁଗୁଡାରେ ସବୁ ମତଦାନ କେନ୍ଦ୍ରରେ ହେବ ୱେବ କାଷ୍ଟିଂ । ଯାହାଦ୍ୱାରା ସିଧାସଳଖ ନିର୍ବାଚନ ଅଧିକାରୀ ଦେଖି ପାରିବେ । ଝାରସୁଗୁଡ଼ା ବିଧାନସଭା ମଣ୍ଡଳୀର ମୋଟ ୨୫୩ଟି ବୁଥ ମଧ୍ୟରୁ ୭୧ଟି ବୁଥକୁ ଅତି ସମ୍ବେଦନଶୀଳ ରହିଛି ।
ଦୁଇଟି ରାଜନୈତିକ ଦଳ ଠାରୁ ନିର୍ବାଚନ ଆଚରଣ ବିଧି ଉଲ୍ଲଙ୍ଘନ ଅଭିଯୋଗ ମିଳିଛି। ଜିଲ୍ଲାପାଳ ବି ଏହି ଅଭିଯୋଗ ପାଇଛନ୍ତି । ସବୁ ଅଭିଯୋଗର ତଦନ୍ତ ଚାଲିଛ । ଝାରସୁଗୁଡାରେ ଆଇନ ଶୃଙ୍ଖଳା ପରିସ୍ଥିତି ଠିକ ରହିଛି । ନିୟମିତ ଭାବେ ଝାରସୁଗୁଡା ଜିଲ୍ଲାପାଳ ଓ ଏସ୍ପିଙ୍କ ସହ ଆଲୋଚନା କରୁଛନ୍ତି ବୋଲି କହିଛନ୍ତି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ନିକୁଞ୍ଜ ଧଳ।
Comments are closed.