ଝଡ଼ୁଛି ପଦ୍ମ ପାଖୁଡ଼ା

ସମୟ ଲାଇଭ୍‍,୨୪/୧୨: ଦେଶରେ ଧୀରେ ଧୀରେ ସଙ୍କୁଚିତ ହେଉଛି ବିଜେପି। ମୋଦୀଙ୍କ ଡ଼ବଲ ଇଞ୍ଜିନ୍‍ ଥିଓରୀ ଫେଲ୍‍ ମାରିବାରେ ଲାଗିଲାଣି। ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନରେ ବିଜେପିକୁ ଶକ୍ତ ଝଟକା ଲାଗିଛି। ରାଜ୍ୟ ବିଧାନସଭାର ମୋଟ ୮୧ଟି ଆସନ ଫଳାଫଳ ପ୍ରକାଶ ପାଇଛି। ଏହା ମଧ୍ୟରୁ ଜେଏମଏମ୍‍-କଂଗ୍ରେସ୍‍-ଆର୍‍ଜେଡ଼ି ମେଣ୍ଟ ୪୭ ଆସନ ପାଇ ସରକାର ଗଠନ କରିବାକୁ ସମର୍ଥ ହୋଇଛନ୍ତି। ତେବେ ବିଜେପି ମାତ୍ର ୨୫ ଆସନ ପାଇ ବହୁ ପଛରେ ରହିଛି।

ସୂଚନା ଅନୁସାରେ ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚାକୁ ୩୦, କଂଗ୍ରେସକୁ ୧୬ ଓ ଆରଜେଡ଼ି ୧ଟି ଆସନ ମିଳିଛି। ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା ନେତା ହେମନ୍ତ ସୋରେନ୍‍ ନୂଆ ସରକାରର ନେତୃତ୍ୱ ନେବେ ବୋଲି ରାସ୍ତା ଏକ ପ୍ରକାର ପରିଷ୍କାର ହୋଇଯାଇଛି। ଝାଡ଼ଖଣ୍ଡ ବିଧାନସଭାରେ ସରକାର ଗଠନ ପାଇଁ ୪୧ ଆସନର ଆବଶ୍ୟକତା ଥିଲା। ନିର୍ବାଚନ ଫଳାଫଳ ଘୋଷଣା ପରେ ମୁଖ୍ୟମନ୍ତ୍ରୀ ରଘୁବର ଦାସ ରାଜ୍ୟପାଳଙ୍କୁ ଭେଟି ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫାପତ୍ର ପ୍ରଦାନ କରିଛନ୍ତି। ନିର୍ବାଚନରେ ପରାଜୟ ପାଇଁ ସେ ନୈତିକ ଦାୟୀ ସ୍ୱୀକାର କରିଛନ୍ତି।

Launching Ceremony of “AYUSHMAN BHARAT

Comments are closed.