ପ୍ରକାଶ ପାଇଲା ଜେଇଇ ମେନ ପରୀକ୍ଷା ଫଳ

ଭୁବନେଶ୍ୱର : ପ୍ରକାଶ ପାଇଲା ଜେଇଇ ମେନ-୨୦୨୩ ପରୀକ୍ଷା ଫଳ । ପରୀକ୍ଷା ଫଳ ପ୍ରକାଶ ନେଇ ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି(NTA) ପକ୍ଷରୁ ସୂଚନା ଦିଆଯାଇଛି। ଯେଉଁମାନେ ଜାନୁଆରୀରେ ପରୀକ୍ଷା ଦେଇଥିଲେ ସେମାନେ ଫଳାଫଳ jeemain.nta.nic.in ଜରିଆରେ ଦେଖିପାରିବେ I

ପ୍ରାର୍ଥୀମାନେ ସେମାନଙ୍କର ଆପ୍ଲିକେସନ୍‌ ନମ୍ବର ଓ ଜନ୍ମ ତାରିଖ ଦେଇ ରେଜଲ୍ଟ ଚେକ୍‌ କରିପାରିବେ। JEE (ମେନ୍)-୨୦୨୩ ସେସନ୍-୧ ପରୀକ୍ଷା ଜାନୁଆରୀ ୨୪ରୁ ଆରମ୍ଭ ହୋଇ ଫେବୃଆରୀ ୧ରେ ଶେଷ ହୋଇଥିଲା। ଚଳିତ ଥର ୮.୬ ଲକ୍ଷ ପ୍ରାର୍ଥୀ ପେପର୍‌ ୧ ପରୀକ୍ଷା ଦେଇଥିବା ବେଳେ ୦.୪୬ ଲକ୍ଷ ପ୍ରାର୍ଥୀ ପେପର୍‌ ୨ ପରୀକ୍ଷା ଦେଇଥିଲେ। ଏନ୍‌ଟିଏ ଏହି ପ୍ରବେଶିକା ପରୀକ୍ଷା ଆରମ୍ଭ କରିବା ପରଠାରୁ ଏବର୍ଷ ସର୍ବାଧିକ ୯୫.୭୯ ପ୍ରତିଶତ ପରୀକ୍ଷାର୍ଥୀ ପରୀକ୍ଷା ଦେଇଛନ୍ତି।

ପରୀକ୍ଷା ୱେବ୍‌ସାଇଟ୍‌ରେ ଜେଇଇ ମେନ୍‌ ୨୦୨୩ର ଉତ୍ତରବି ପ୍ରକାଶ ପାଇଛି। ପରୀକ୍ଷାର୍ଥୀମାନେ ସେମାନଙ୍କ ରେଜଲ୍ଟ ଓ ଉତ୍ତରକୁ ୱେବ୍‌ସାଇଟ୍‌ ଜରିଆରେ ଡାଉନ୍‌ଲୋଡ କରିପାରିବେ।

ପରୀକ୍ଷା ଫଳ https://testservices.nic.in/resultservices/JEEMAIN-auth-23
https://ntaresults.nic.in/resultservices/JEEMAIN-auth-23 ନୂଆ ପେଜ ଓପନ ହେବ। ସେଠାରେ ନିଜର ଆପ୍ଲିକେସନ ନମ୍ବର ଏବଂ ଜନ୍ମତାରିଖ ଦେଇ ଲଗଇନ୍‌ କରନ୍ତୁ ।

ଏହାପରେ ଜେଇଇ ମେନ ୨୦୨୩ ରେଜଲ୍ଟ ଆପଣଙ୍କ ସ୍କ୍ରିନରେ ଆସିବ।

ଏଠାକୁ ଯାଇ ରେଜଲ୍ଟ ଡାଉନଲୋଡ କରି ପ୍ରିଣ୍ଟଆଉଟ୍‌ କାଢି ରଖିପାରିବେ ।

Govt

Comments are closed.