ଆଜି ଜନ୍ମଦିନ, ଜୟୀ ରାଜଗୁରୁ

0

ଜଣେ ଭାରତୀୟ ସ୍ୱାଧୀନତା ସଂଗ୍ରାମୀ ଭାବେ ପରିଚିତ ଥିଲେ ଜୟୀ ରାଜଗୁରୁ, ଯାହାଙ୍କର ନିଃସ୍ୱାର୍ଥପର ଦେଶସେବାର ଉଦାହରଣ ଆଜିବି ଦିଆଯାଇଥାଏ । ସେ ଖୋର୍ଦ୍ଧାର ରାଜା ଗଜପତି ମୁକୁନ୍ଦ ଦେବ ଦ୍ୱିତୀୟଙ୍କ ରାଜଦରବାରରେ ରାଜକୀୟ ରାଜଗୁରୁ ହେବା ସହ ରାଜାଙ୍କ ସେନାବାହିନୀର ମୁଖ୍ୟ ସେନାପତି ଓ ରାଜାଙ୍କ ପ୍ରଶାସନିକ ପ୍ରତିନିଧି ମଧ୍ୟ ଥିଲେ । ଜୟୀ ରାଜଗୁରୁ ୧୭୩୯ ମସିହା ଅକେଫାବର ମାସ ୨୯ ତାରିଖ (କାର୍ତ୍ତିକ ଶୁକ୍ଳ ଅଁଳା ନବମୀ) ଦିନ ପୁରୀ ଜିଲ୍ଲାର ବୀରହରେକୃଷ୍ଣପୁର ଗ୍ରାମର ଚାନ୍ଦ ରାଜଗୁରୁ ଓ ହୀରାମଣି ଦେବୀଙ୍କଠାରୁ ଜନ୍ମଗ୍ରହଣ କରିଥିଲେ । ଶୈଶବ ପରେ ସେ ପୁରୀର ସଂସ୍କୃତ ପଣ୍ଡିତମାନଙ୍କଠାରୁ ସଂସ୍କୃତ ଶିକ୍ଷା କରିଥିଲେ । ଛାତ୍ରାବସ୍ଥାରେ ଉତ୍କଳର ତତ୍କାଳୀନ ରାଜାମାନେ ତାଙ୍କୁ ନିଜର ମନ୍ତ୍ରୀ ଓ ଉପଦେଷ୍ଟା କରିବାପାଇଁ ଚେଷ୍ଟା କରୁଥିଲେ । ପିତା ଚାନ୍ଦ ରାଜଗୁରୁଙ୍କ ଅନ୍ତେ ୧୭୮୦ ମସିହାରେ ୪୧ ବର୍ଷ ବୟସରେ ଜୟୀ ରାଜଗୁରୁଙ୍କୁ ଖୋର୍ଦ୍ଧା ରାଜା ଦିବ୍ୟସିଂହ ଦେବ ନିଜର ଦ୍ୱିତୀୟ ରାଜସଭାରେ ରାଜଗୁରୁ ତଥା ମନ୍ତ୍ରୀ ପଦରେ ନିଯୁକ୍ତ କରିଥିଲେ । ଏହା ପରଠାରୁ ସେ ଜୟୀ ରାଜଗୁରୁ ରୂପେ ପରିଚିତ ହେଲେ । ଦିବ୍ୟସିଂହ ଦେବଙ୍କ ଅନ୍ତେ ତାଙ୍କ ନାବାଳକ ପୁତ୍ର ମୁକୁନ୍ଦଦେବ ଦ୍ୱିତୀୟଙ୍କୁ ସିଂହାସନରେ ବସାଇ ସେ ୧୭୯୮ରେ ପ୍ରକୃତ ରାଜକାର୍ଯ୍ୟ ନିଜ ହାତକୁ ନେଇଥିଲେ । ଓଡ଼ିଶାରେ ଉତ୍କଳ ରାଜବଂଶର ପ୍ରତିଷ୍ଠା ବଢାଇବା ପାଇଁ ଜୟୀ ରାଜଗୁରୁ ଉଦ୍ୟମ କରି ବରୁଣାଇଗଡକୁ ସୁଦୃଢ କରିବାକୁ ଲାଗିଲେ । ସେହିଠାରେ ସେ ବାସ କରି ଖୋର୍ଦ୍ଧା ଅଞ୍ଚଳରେ ପାଇକ ଜାଗରଣ ପାଇଁ ପ୍ରବଳ ଉଦ୍ୟମ ଆରମ୍ଭ କରିଥଇଲେ । ୧୮୦୩ରେ ଇଂରେଜମାନେ ଓଡ଼ିଶାକୁ ଅକ୍ତିଆର କରିବା ପରେ ଖୋର୍ଦ୍ଧା ରାଜାଙ୍କଠାରୁ କର ମାଗିଲେ ଓ ସେମାନଙ୍କ ବଶ୍ୟତା ସ୍ୱୀକାର କରିବାକୁ ଆଦେଶପତ୍ର ପଠାଇଲେ । ଏହା ତାଙ୍କର ସ୍ୱାଭିମାନକୁ ପ୍ରଚଣ୍ଡ ଆଘାତ ଦେଇଥିଲା । ଗାଁକୁ ଗାଁ ପାଦରେ ଚାଲି ଚାଲି ସେ ପାଇକମାନଙ୍କୁ ଯୁଦ୍ଧପାଇଁ ପ୍ରସ୍ତୁତ କରାଉଥିଲେ । ସେ ପାଇକ ଆଖଡ଼ାମାନଙ୍କରେ ସମର ଶିକ୍ଷା ଦେଉଥିଲେ । କୁହାଯାଏ ସେ ହିଁ ପ୍ରଥମେ ଇଂରେଜମାନଙ୍କ ବିରୁଦ୍ଧରେ ଗରିଲା ଯୁଦ୍ଧ କୌଶଳ ଆରମ୍ଭ କରିଥିଲେ । ୧୮୦୪ରେ ମହାନଦୀ କୂଳରେ ସେ ପ୍ରଥମଥର ପାଇଁ ଇଂରେଜମାନଙ୍କ ଉପରେ ସେ ଆକ୍ରମଣ କରିଥିଲେ । ତେବେ ଏହି ସମୟରେ ଇଂରେଜମାନେ ଜୟୀ ରାଜଗୁରୁଙ୍କୁ ବନ୍ଦୀ କରିବାରେ ସଫଳ ହୋଇଥିଲେ । ଏହାପରେ ଅତି ଅମାନୁଷିକ ଭାବେ ତାଙ୍କୁ ୧୮୦୬ ମସିହା ଡିସେମ୍ବର ୬ରେ ଫାଶୀ ଦେଇ ହତ୍ୟା କରାଯାଇଥିଲା । ବ୍ରିଟିଶମାନଙ୍କଠାରୁ ସେ ପ୍ରଥମ ଓଡ଼ିଆ ଭାବେ ଫାଶୀ ପାଇଥିଲେ । ତେବେ ଶେଷ ପର୍ଯ୍ୟନ୍ତ ସେ ନିଜର ଅଦମ୍ୟ ସାହସର ପରିଚୟ ଦେଇଥିଲେ, ଯାହା ଆଜି ବି ତାଙ୍କୁ ପ୍ରେରିତ ବ୍ୟକ୍ତିତ୍ୱର ଆଖ୍ୟା ଦେଇଥାଏ । ଆଜି ବି ସେ କୋଟିକୋଟି ଦେଶବାସୀଙ୍କ ପାଇଁ ପ୍ରେରଣାର ଉତ୍ସ ।

Launching Ceremony of “AYUSHMAN BHARAT
Leave A Reply

Your email address will not be published.