ଜଙ୍ଗଲରୁ ଯବାନଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ରାଉରକେଲା : CISF ଯବାନଙ୍କ ଆତ୍ମହତ୍ୟା I ଜଙ୍ଗଲରୁ ତାଙ୍କର ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି I ରାଉରକେଲା ପ୍ଲାଣ୍ଟ ସାଇଟ ଥାନା CISF ବାରାକ ପଛପଟ ଜଙ୍ଗଲରୁ ମୃତଦେହ ଉଦ୍ଧାର କରାଯାଇଛି I ମୃତ ଯବାନଙ୍କ ନାଁ ସାହିଲ କୁମାର I ସେ ଆତ୍ମହତ୍ୟା କରିଥିବା ଜଣାପଡିଛି I

ସୂଚନାନୁସାରେ,CISF ଯବାନ ସାହିଲ କୁମାର ରାଉରକେଲା ଷ୍ଟିଲ ପ୍ଲାଣ୍ଟ ରେ ଡ୍ୟୁଟି କରୁଥିଲେ I ୨୦୧୨ରୁ ସେ ସେଠାରେ ଡ୍ୟୁଟି କରୁଥିବାବେଳେ ଆସନ୍ତା ଜାନୁଆରୀରେ ବିବାହ କରିଥାନ୍ତେ I ସାହିଲଙ୍କ ମୃତଦେହ ଠାବ ହେବାପରେ ସ୍ଥାନୀୟ ପୋଲିସଙ୍କୁ ଖବର ଦିଆଯାଇଥିଲା I ପୋଲିସ ପହଁଚି ମୃତଦେହ ଉଦ୍ଧାର କରିବା ସହିତ ଘଟଣାର ତଦନ୍ତ ଜାରି ରଖିଛି I

Govt

Comments are closed.