ଯାତ୍ରା ଅଭିନେତ୍ରୀ ରାନୀ ପଣ୍ଡାଙ୍କ କାର୍‌ ଦୁର୍ଘଟଣା, ଜଣେ ମୃତ

କଟକ: ଏକ ବାହାଘର କାର୍ଯ୍ୟକ୍ରମରେ ଯୋଗ ଦେଇ ଯାତ୍ରା ଅଭିନେତ୍ରୀ ରାନୀ ପଣ୍ଡା ଯାଉଥିବା ସମୟରେ ଦୁର୍ଘଟଣା ହୋଇଛି । ଅଭିନେତ୍ରୀ ରାନୀଙ୍କ କାର୍‌ ସହ ଏକ ବାଇକ୍‌ର ଧକା ହୋଇଛି । ଏଥିରେ ବାଇକ୍‌ ଚାଳକଙ୍କର ମୃତୁ୍ୟ ହୋଇଛି । ଏହି ଘଟଣାରେ ଅଭିନେତ୍ରୀ ରାନୀଙ୍କୁ କଟକ ପୋଲିସ ଅଟକ ରଖିଛି । ମୃତକ ହେଲେ ରାଜନଗର ଗାଁ ର ସୁକାନ୍ତ ବେହେରା (୨୮) ।

 Odia Jatra Actress Rani panda

ସୂଚନା ଅନୁସାରେ, ଅଭିନେତ୍ରୀ ରାନୀ ଗତକାଲି ରାତିରେ ବାହାଘର କାର୍ଯକ୍ରମରେ ଯୋଗ ଦେଇ ଫେରୁଥିଲା ସମୟରେ ଏହି ଘଟଣା ଘଟିଛି । କଟକ ଜିଲ୍ଲା ଆଠଗଡ ବ୍ଲକ୍‌ ଅନ୍ତର୍ଗତ ଡାଲଖାଇ ଛକ ନିକଟରେ ସୁକାନ୍ତ ବେହେରାଙ୍କ ବାଇକ୍‌ ସହ ତାଙ୍କ କାର୍‌ ଧକା ହୋଇଥିଲା । ଗୁରୁତର ଅବସ୍ଥାରେ ସୁକାନ୍ତଙ୍କୁ କଟକ ଏସ୍‌ସିବିରେ ଭର୍ତ୍ତି କରାଯାଇଥିଲା । ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଏହି ଘଟଣା ପରେ ଘଟଣାସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଥିଲା । ଆଠଗଡ଼ ପୋଲିସ୍‌ ପହଞ୍ଚି ଲୋକଙ୍କୁ ବୁଝାସୁଝା କରିଥିଲା । ଘଟଣାକୁ ନେଇ ଆଠଗଡ଼ ଥାନାରେ ଅଭିନେତ୍ରୀ ରାନୀଙ୍କୁ ଥାନାରେ ଅଟକ ରଖି ପୋଲିସ ପଚରାଉଚରା ଚଳାଇଛି ।

Launching Ceremony of “AYUSHMAN BHARAT

Comments are closed.