ଶୁଭୁନି ଆଉ ଦାମଙ୍କ ଗର୍ଜନ,ମଞ୍ଚ ଖୋଜୁଛନ୍ତି ଦାମ ପଣ୍ଡା

ସମୟ ଲାଇଭ,୩୧/୧୦: ଯାତ୍ରା ଜଗତର ଦୁର୍ଦ୍ଦୁଷ ଖଳନାୟକ ଦାମ ପଣ୍ଡା ଆଜି ସମସ୍ତଙ୍କ ପାଇଁ ଅଲୋଡା ଆଉ ଅଖୋଜା। କାରଣ ଆଗଭଳି ଆଉ ଶୁଭୁନି ଦାମଙ୍କ ଗର୍ଜନ କି ଖଳନାୟକର ସେ ଯାଦୁକର ଡାଇଲଗ। ଦୀର୍ଘ ୪୦ ବର୍ଷ ଧରି ଯାତ୍ରାଜଗତରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଥିବା ଯାତ୍ରାଜଗତର ବରିଷ୍ଠ ଅଭିନେତା ଦାମ ପଣ୍ଡା ଏବେ ଖୋଜୁଛନ୍ତି ଯାତ୍ରା ପେଣ୍ଡାଲ। ଦିନେ ଯାହାଙ୍କୁ ଯାତ୍ରା ପେଣ୍ଡାଲରେ ନେବା ପାଇଁ ଯାତ୍ରା ପାର୍ଟିର ମାଲିକ ମାନେ ଲାଇନ ଲଗଉଥିଲେ। ସେହି ଦାମ ପଣ୍ଡା ଆଜି ଅଲୋଡା। ଦୁଇବର୍ଷ ତଳେ ଫୁସଫୁସ କ୍ୟାନସରରେ ଆକ୍ରାନ୍ତ ହେବା ପରେ ଦାମ ଦୁରେଇଯାଇଥିଲେ ଯାତ୍ରା ଜଗତରୁ। ଆଉ ଆଜି ରୋଗରୁ ଭଲ ହେବା ପରେ ଦାମଙ୍କ ପାଖରେ ନାହିଁ ଯାତ୍ରା ପେଣ୍ଡାଲ। କାରଣ ଏବେ କୈାଣସି ପାର୍ଟି ଦାମଙ୍କୁ ନେବା ପାଇଁ ଇଛା ପ୍ରକାଶ କରୁ ନାହାନ୍ତି।

ଜୀବନ କାଳ ମଧ୍ୟରେ ଯେତିକି ଟଙ୍କା ରୋଜଗାର କରିଥିଲେ ସବୁ ସରିଗଲା ରୋଗରେ। ଏବେ ରୋଜଗାର ପାଇଁ ଦାକଙ୍କ ପଖେରେ ନାହିଁ କୈାଣସି ପନ୍ଥା। ଏଭଳି ପରିସ୍ତିିତିରେ ଦାମଙ୍କ ପାଇଁ ମଞ୍ଚ କଳାକାର ଅନୁଷ୍ଠାନ ଆଗେଇ ଆସିବା ସହିତ ସରକାରଙ୍କ ତରଫରୁ କିଛି ପ୍ରୋତ୍ସାହନ ରାଶି ମିଳିଲେ ସେ ଉପକୃତ ହୁଅନ୍ତେ ବୋଲି ସାଧାରଣରେ ଦାବି ହେଉଛି।

Launching Ceremony of “AYUSHMAN BHARAT

Comments are closed.