ନିଜ ବୋଲï ଅନ୍ଦାଜ ଓ ଅଭିନୟ ପାଇଁ ଦର୍ଶକଙ୍କ ମନରେ ରାଜ୍ କରୁଥିବା ଅଭିନେତ୍ରୀ ଶ୍ରୀଦେବୀଙ୍କ ତନୟା ଜାହ୍ନବୀ କପୁର ଏବେ ଆନ୍ଧ୍ରପ୍ରଦେଶରେ ଦେଖାଯାଇଛନ୍ତି । ସେଠାରେ ସେ ଦକ୍ଷିଣ ଅଭିନେତ୍ରୀଙ୍କ ଭଳି ପୋଷାକ ପରିଧାନ କରି ତିରୂମାଳା ମନ୍ଦିର ଦର୍ଶନ କରିଛନ୍ତି । ଖବର ଅନୁସାରେ ସକାଳ ସମୟରେ ଅଭିନେତ୍ରୀ ଜାହ୍ନବୀ ହଠାତ୍ ତିରୂମାଳା ମନ୍ଦିରେ ପହଞ୍ଚିଥିଲେ । ସବୁଜ ରଙ୍ଗର ଶାଢ଼ି ପିନ୍ଧି ସେ ପ୍ରଥମେ ମନ୍ଦିର ସାମ୍ନାରେ ଆଣ୍ଠୁ ମାଡ଼ି ଭଗବାନଙ୍କୁ ମୁଣ୍ଡିଆ ମାରିଥିଲେ । ଏହାପରେ ହାଇ ସିକୁ୍ୟରିଟି ସହ ମନ୍ଦିର ଭିତରକୁ ପ୍ରବେଶ କରିଥିଲେ ।

ତେବେ ଏହାର ପଛରେ ନିର୍ଦ୍ଦିଷ୍ଟ କାରଣ ଅଭିନେତ୍ରୀ ଜାହ୍ନବୀ ଦର୍ଶାଇ ନଥିଲା ବେଳେ ପ୍ରଶଂସକମାନେ କହୁଛନ୍ତି ଅଲଗା କଥା । ଅଭିନେତ୍ରୀ ଜାହ୍ନବୀ କୁଆଡ଼େ ଖୁବ୍ ଶିଘ୍ର ଦକ୍ଷିଣ ସିନେମାକୁ ପ୍ରବେଶ କରିପାରନ୍ତି ବୋଲି ପ୍ରଶଂସକଙ୍କ ମଧ୍ୟରେ ଚର୍ଚ୍ଚା ହେଉଛି । ସବୁଜ ରଙ୍ଗର ଶାଢ଼ି ପିନ୍ଧି ଅଭିନେତ୍ରୀ ଦକ୍ଷିଣ ସିନେମାକୁ ପ୍ରବେଶ କରିବେ ବୋଲି ସବୁଜ ସଙ୍କେତ ଦେଇଛନ୍ତି ବୋଲି କେତେକ ସିନେମା ସମୀକ୍ଷକ ମତ ଦେଇଛନ୍ତି । ଏହା ହେଉଛି ଜାହ୍ନବୀଙ୍କ ଦ୍ୱିତୀୟ ତିରୂମାଳା ମନ୍ଦିର ଦର୍ଶନ । ଏହାପୂର୍ବରୁ ସେ ନିଜ ମାଆ ଅଭିନେତ୍ରୀ ଶ୍ରୀଦେବୀଙ୍କ ସହିତ ମନ୍ଦିର ଦର୍ଶନ କରିଥିଲେ ।

ଅଭିନେତ୍ରୀ ଜାହ୍ନବୀ ଶେଷ ଥର ପାଇଁ ଫିଲ୍ମ ‘ମିଲି’ରେ ଦେଖାଯାଇଥିଲେ । ଏହା ମଲୟାଲମ ଫିଲ୍ମ ‘ହେଲେନ୍’ର ହିନ୍ଦୀ ରିମେକ୍ । ଆଗକୁ ଜାହ୍ନବୀଙ୍କ ମିଲିଟାରି ଆକ୍ସନ ଫିଲ୍ମ ‘ଜନ ଗଣ ମନ’ ଆସୁଛି । ଯାହା ଆସନ୍ତା ମାସ ଅଗଷ୍ଟକୁ ରିଲିଜ୍ ହୋଇପାରେ ବୋଲି ଖବର ରହିଛି । ତେବେ ଏହି ଫିଲ୍ମ ତେଲଗୁ ଭାଷା କିମ୍ବା ହିନ୍ଦୀ ଭାଷାରେ ନିର୍ମାଣ ହେବ, ସେନେଇ ଅଫିସିଆଲ୍ ଘୋଷଣା ହୋଇ ନାହିଁ । ଯଦି ଏହି ଫିଲ୍ମ ତେଲଗୁ ଭାଷାରେ ନିର୍ମାଣ ହୁଏ, ତେବେ ଅଭିନେତ୍ରୀ ଜାହ୍ନବୀଙ୍କ ଏହା ପ୍ରଥମ ତେଲଗୁ ଫିଲ୍ମ ହେବ । ଜନ ଗଣ ମନ ଫିଲ୍ମରେ ଜାହ୍ନବୀଙ୍କ ସହିତ ଅଭିନେତା ବିଜୟ ଦେବେରକୋଣ୍ଡା ଏବଂ ଅଭିନେତ୍ର ପୂଜା ହେଗ୍ଡେ ନଜର ଆସିବେ । ଏହାଛଡ଼ା ଜାହ୍ନବୀଙ୍କ ଆଗକୁ ଆଉ ଦୁଇଟି ଫିଲ୍ମ ‘ବୱାଲ୍’ ଓ ‘ମିଷ୍ଟ ଆଣ୍ଡ ସିମେସ୍ ମାହି’ ଆସୁଛି ।

Comments are closed.