ନୂଆଦିଲ୍ଲୀ: ବିହାର ବିଧାନସଭା ନିର୍ବାଚନ ପାଇଁ ଜନ ସୁରାଜ ପାର୍ଟି ମଙ୍କଳବାର ଚଞ୍ଚଳ ସିଂହଙ୍କୁ ରାଘୋପୁରରେ ପ୍ରାର୍ଥୀ କରିଛି। ଆରଜେଡି ଗଡ଼ ରାଘୋପୁରରୁ ଜନ ସୁରାଜ ମୁଖ୍ୟ ପ୍ରଶାନ୍ତ କିଶୋର ନିଜେ ନିର୍ବାଚନ ଲଢ଼ିବେ ବୋଲି ଅନୁମାନ କରାଯାଉଥିବା ବେଳେ ଆଜି ଏହି ଆସନରୁ ଦଳ ଚଞ୍ଚଳ ସିଂହଙ୍କୁ ପ୍ରାର୍ଥୀ ଘୋଷଣା କରିଛି। ଉଲ୍ଲେଖଯୋଗ୍ୟ, ରାଘୋପୁର ଦୀର୍ଘ ଦିନ ଧରି ଯାଦବ ପରିବାର ସହ ଜଡ଼ିତ। ଲାଲୁ ଯାଦବ, ରାବଡ଼ି ଯାଦବ ଏବଂ ଏବେ ତେଜସ୍ବୀ ଯାଦବ ଏହି ଆସନକୁ ପ୍ରତିନିଧିତ୍ବ କରୁଛନ୍ତି। ନିକଟରେ ସାମ୍ବାଦିକମାନଙ୍କୁ ଉଦ୍ବୋଧନ ଦେଇ ପ୍ରଶାନ୍ତ କିଶୋର ଆରଜେଡି ନେତା ତେଜସ୍ବୀଙ୍କୁ କଟାକ୍ଷ କରି କହିଥିଲେ ଯେ ଯଦି ମୁଁ ରାଘୋପୁରରୁ ନିର୍ବାଚନ ଲଢ଼ିବି ତେବେ ରାହୁଲ ଗାନ୍ଧୀ ୨୦୧୯ ଲୋକସଭା ନିର୍ବାଚନରେ ଆମେଥିରେ ଯେଉଁ ସ୍ଥିତି ସାମ୍ନା କରିଥିଲେ ତେଜସ୍ବୀ ଯାଦବ ରାଘୋପୁରରେ ଠିକ୍ ସେହି ସମାନ ସ୍ଥିତି ସାମ୍ନା କରିବେ।
