୨୪ ଘଣ୍ଟାରେ ୩ଟି ପୃଥକ୍‌ ସ୍ଥାନରେ ଏନ୍‌କାଉଣ୍ଟ: ୭ ଆତଙ୍କବାଦୀ ନିହତ

ଶ୍ରୀନଗର: ଜୁନ୍‌ ୨୦: ଆଜି ସେନା ଓ ଜମ୍ମୁ ଓ କଶ୍ମୀର ପୋଲିସଙ୍କ ମିଳିତ ଉଦ୍ୟମରେ ଏକ ବଡ଼ ଧରଣର ଆତଙ୍କବାଦୀ ନିରୋଧୀ ଅଭିଯାନ କରାଯାଇଛି । ଗତ ୨୪ ଘଣ୍ଟାରୁ କମ୍‌ ସମୟ ମଧ୍ୟରେ କଶ୍ମୀରର କୁପ୍‌ୱାରା, କୁଲ୍‌ଗାମ ଏବଂ ପୁଲ୍‌ୱାମା ଜିଲ୍ଲାରେ ୩ଟି ପୃଥକ୍‌ ସ୍ଥାନରେ ଏନ୍‌କାଉଣ୍ଟର କରାଯାଇଛି । ଏଥିରେ ୪ଜଣ ପାକିସ୍ତନୀଙ୍କ ସମେତ ୭ଜଣ ଆତଙ୍କବାଦୀ ନିହତ ହୋଇଛନ୍ତି ।

ନିହତ ହୋଇଥିବା ୭ଜଣ ଆତଙ୍କବାଦୀଙ୍କ ମଧ୍ୟରୁ ୫ଜଣ ‘ଏଲ୍‌ଇଟି’ ସହିତ ସମ୍ପୃକ୍ତ ଥିବା ବେଳେ ଜଣେ ‘ଜେଇଏମ୍‌’ ସହିତ ସମ୍ପୃକ୍ତ ଥିଲେ ବୋଲି ଅଧିକାରୀ ସୂଚନା ଦେଇଛନ୍ତି ।

କଶ୍ମୀର ପୋଲିସ ଇନ୍‌ସ୍ପେକ୍‌ଟର ଜେନେରାଲ୍‌ ବିଜୟ କୁମାର କହିଛନ୍ତି, ଆତଙ୍କବାଦୀ-ନିରୋଧୀ ଅଭିଯାନ ତୀବ୍ରତର ହେବା ପୂର୍ବରୁ ୨୦ ଦିନ ମଧ୍ୟରେ ୨୪ଜଣ ଆତଙ୍କବାଦୀଙ୍କୁ ହତ୍ୟା କରାଗଲାଣି । ଏଯର୍ଯ୍ୟନ୍ତ କଶ୍ମୀର ଉପତ୍ୟକାରେ ୩୨ଜଣ ପାକିସ୍ତାନୀ ଆତଙ୍କବାଦୀଙ୍କ ସମେତ ସମୁଦାୟ ୧୧୪ଜଣ ଆତଙ୍କବାଦୀଙ୍କୁ ହତ୍ୟା କରାଯାଇଛି ।

ସେହିପରି ଗତ ୨୪ ଘଣ୍ଟାରେ ନିପାତ ହୋଇଥିବା ଆତଙ୍କବାଦୀମାନଙ୍କ ବିଷୟରେ ସେ ସୂଚନା ଦେଇଛନ୍ତି । ଏନେଇ ସେ କହିଛନ୍ତି, କୁପ୍‌ୱାରାର ଲୋଲାବ୍‌ ଏନ୍‌କାଣ୍ଟରରେ ‘ଲଶPର୍‌-ଏ-ତେବା’ ସହିତ ସମ୍ପୃକ୍ତ ଥିବା ୪ଜଣ ଆତଙ୍କବାଦୀ ନିହତ ହୋଇଛନ୍ତି । ଆମେ ଏବେ ମଧ୍ୟ ସେ ଅଞ୍ଚଳରେ ତଲାସ ଜାରି ରଖିଛୁି । କୁଲ୍‌ଗାମରେ ଜଣେ ‘ଲଶPର୍‌’ ଏବଂ ଜଣେ ‘ଜେଶ୍‌’ ଆତଙ୍କବାଦୀ ନିହତ ହୋଇଛନ୍ତି । ପୁଲ୍‌ୱାମାରେ ମଧ୍ୟ ଜଣେ ଅଜ୍ଞାତ ଆତଙ୍କବାଦୀ ନିହତ ହୋଇଛନ୍ତି ।

Govt

Comments are closed.