ରେଳ ଲାଇନରେ ସେଲ୍ଫି ନେଲେ ଜେଲଦଣ୍ଡ

0

ଭୁବନେଶ୍ୱର: ପୂର୍ବତଟ ରେଳବାଇର ବଡ଼ ନିଷ୍ପତି । ଏଣିକି ରେଳ ଲାଇନର ଅପବ୍ୟବହାର କଲେ ଜେଲଦଣ୍ଡ ସହ ଜୋରିମାନା । ଚଳନ୍ତା ରେଳ, ରେଳ ଲାଇନ ଏବଂ ରେଳ ଚାଲୁଥିବା ସମୟରେ ପାର୍ଶ୍ବବର୍ତ୍ତୀରେ ସେଲ୍‌ଫି କିମ୍ବା ରିଲ୍ସ କଲେ ଅପରାଧିକ ମାମଲା ରୁଜୁ ସହିତ ଜେଲ୍‌ଦଣ୍ଡ ଭୋଗିବାକୁ ପଡ଼ିବ। ଏ ସଂକ୍ରାନ୍ତରେ ଶୂନ୍ୟ ସହନଶୀଳତା ନୀତି ଅବଲମ୍ବନ କରିବାକୁ ଆରପିଏଫ ଏବଂ ଜିଆରପିକୁ ପୂର୍ବତଟ ରେଳପଥ ପକ୍ଷରୁ ନିର୍ଦେଶ ଦିଆଯାଇଛି।

ପୂର୍ବତଟ ରେଳପଥ ଜନସାଧାରଣଙ୍କୁ ବିଶେଷକରି ଯୁବପିଢ଼ି ଏବଂ ସାମାଜିକ ଗଣମାଧ୍ୟମ ରୁଚିଶୀଳଙ୍କୁ ରେଳପଥ ଉପରେ, ଟ୍ରାକ୍ ନିକଟରେ କିମ୍ବା ଚାଲୁଥିବା ରେଳର ଫୁଟବୋର୍ଡ କିମ୍ବା ଛାତ ଉପରେ ଭିଡିଓ ସୁଟିଂ କିମ୍ବା ‘ରିଲ୍‌’ କରିବା ବେଆଇନ ଅଭ୍ୟାସ ବିରୋଧରେ ସତର୍କ କରିଛି।

ରେଳବାଇ ଆଇନ ୧୯୮୯ ଅନୁଯାୟୀ ଏହା ଦଣ୍ଡନୀୟ ଅପରାଧ। ସାମାଜିକ ଗଣମାଧ୍ୟମର ଖ୍ୟାତି ପାଇବା ପାଇଁ କେହି ବ୍ୟକ୍ତି ସ୍ୱୟଂ ତାଙ୍କର ଏବଂ ରେଳ ପରିଚାଳନାର ସୁରକ୍ଷାକୁ ବିପଦରେ ତେବେ ତାଙ୍କ ବିରୋଧରେ ରେଳଆଇନ ୧୯୮୯ର ଧାରା ୧୪୭ ଏବଂ ୧୫୩ ଅନୁଯାୟୀ ମାମଲା ରୁଜୁ ହେବ। ଯେଉଁଥିରେ ଜେଲ୍‌ ଦଣ୍ଡ ସହିତ ଆର୍ଥିକ ଦଣ୍ଡ ମଧ୍ୟ ମିଳିବ। ପିଲାଙ୍କୁ ଏହି ବିଷୟରେ ସଚେତନ କରିବା ପାଇଁ ଅଭିଭାବକ ଓ ଶିକ୍ଷକଙ୍କୁ ମଧ୍ୟ ରେଳପଥ ଅନୁରୋଧ କରିଛି।

Launching Ceremony of “AYUSHMAN BHARAT
Leave A Reply

Your email address will not be published.