ଦିଲ୍ଲୀ: ଦେଶର ୧୪ତମ ଉପରାଷ୍ଟ୍ରପତି ଭାବେ ଜଗଦୀପ ଧନଖଡ଼ ଆଜି ଶପଥ ଗ୍ରହଣ କରିଛନ୍ତି । ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ଜଗଦୀପ ଧନଖଡ଼ଙ୍କୁ ଶପଥ ପାଠ କରାଇଥିଲେ । ତେବେ ଶପଥ ପୂର୍ବରୁ ସେ ରାଜଘାଟ ଯାଇ ମହାତ୍ମା ଗାନ୍ଧିଙ୍କ ସମାଧିସ୍ଥଳରେ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ । ଗତକାଲି ଭେଙ୍କେୟା ନାଇଡୁଙ୍କ କାର୍ଯ୍ୟକାଳ ଶେଷ ହୋଇଥିଲା ।
ସୂଚନା ଅନୁସାରେ, ଉକ୍ତ ସମାରୋହରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମେତ ବହୁ ବରିଷ୍ଟ ଅଧିକାରୀ ଓ ମାନ୍ୟ ବ୍ୟକ୍ତିମାବେ ଉପସ୍ଥିତ ରହିଥିଲେ ।

Comments are closed.