ନୂଆଦିଲ୍ଲୀ: ଜୁନ ୨୮: ଠକ୍ ସୁକେଶ ଚନ୍ଦ୍ରଶେଖର ମାମଲାରେ ଜ୍ୟାକଲିନ ଫର୍ଣ୍ଣାଣ୍ଡିଜଙ୍କ ଉପରେ ପୁଣି ସମସ୍ୟା । ତାଙ୍କୁ ଏନଫୋର୍ସମେଣ୍ଟ ଡାଇରେକେଫାରେଟ ମନି ଲଣ୍ଡରିଂ ମାମଲାରେ ପୁଣି ଥରେ ଜେରା କରିଛି । ଏହା ପୂର୍ବରୁ ମଧ୍ୟ ଜ୍ୟାକଲିନଙ୍କୁ ଅନେକ ପ୍ରଶ୍ନ କରାଯାଇଥିଲା । ରିପୋର୍ଟ ଅନୁଯାୟୀ, ସୁକେଶଙ୍କର କିଛି ଆକାଉଣ୍ଟ ବିଷୟରେ ଅଭିନେତ୍ରୀ ଅବଗତ ଥିଲେ । ସେ ସୁକେଶଙ୍କ ସହ ସମ୍ପର୍କ ରଖିଥିଲେ ମଧ୍ୟ ବର୍ତ୍ତମାନ ପର୍ଯ୍ୟନ୍ତ ନିଜର ମୁହଁ ଖୋଲିନାହାନ୍ତି । ଇଡି ଏହାର ଚାର୍ଜସିଟରେ ଅନେକ ବଡ ଖୁଲାସା କରିଥିଲା । ଚାର୍ଜସିଟ୍ ଅନୁଯାୟୀ, ସୁକେଶ ଜ୍ୟାକଲିନଙ୍କୁ କୋଟି କୋଟି ଟଙ୍କା ମୂଲ୍ୟର ଉପହାର ଦେଇଥିଲେ । ଏପ୍ରିଲରେ, ଅନୁସନ୍ଧାନକାରୀ ଟିମ୍ ଜ୍ୟାକଲିନଙ୍କ ସମ୍ପତ୍ତି ୭.୨୭ କୋଟି ଟଙ୍କା ମୂଲ୍ୟର ପ୍ରିଭେନସନ୍ ଅଫ୍ ମନି ଲଣ୍ଡରିଂ ଆକଫ ଅନୁଯାୟୀ ସଂଲଗ୍ନ କରିଥିଲା । ସୁକେଶ ଚନ୍ଦ୍ରଶେଖରଙ୍କ ବିରୋଧରେ ପଞ୍ଜୀକୃତ ହୋଇଥିବା ଏଫ୍ଆଇଆର୍ ଉପରେ ବର୍ତ୍ତମାନର ଇଡିର ମାମଲା ରହିଛି । ଲୋକଙ୍କୁ ଠକିବା ପାଇଁ ନକଲି ଫୋନ୍ ନମ୍ବର ବ୍ୟବହାର କରୁଥିଲା ସୁକେଶ । ଏକ ଠକେଇ ମାମଲାରେ ଅଭିଯୋଗ ହେତୁ ସୁକେଶ ଏବଂ ତାଙ୍କ ପତ୍ନୀ ଲୀନା ମାରିଆ ପଲ୍ଙ୍କୁ ସେପେଫମ୍ବର ୨୦୨୧ ରେ ଦିଲ୍ଲୀ ପୋଲିସ ଗିରଫ କରିଥିଲା ।
Comments are closed.