ମୁମ୍ବାଇ: ଜୁଲାଇ ୧୧: ୧୯୭୦ ଏବଂ ୮୦ ଦଶକର ନାୟିକା ପ୍ରିୟା ରାଜବଂଶଙ୍କ ବାୟୋପିକକୁ ନେଇ ଦୀର୍ଘ ସମୟ ଧରି ଆଲୋଚନା ଚାଲିଥିଲା । ବର୍ତ୍ତମାନ ଖବର ମିଳିଛି ଯେ ଏହା ଫାଇନାଲ୍ ହୋଇ ସୁଟିଂ ପାଇଁ ପ୍ରସ୍ତୁତି ଚାଲିଛି । କୁହାଯାଉଛି କି ଏଥିରେ ଜ୍ୟାକଲିନ୍ ଫର୍ଣ୍ଣାଣ୍ଡିଜ୍ ପ୍ରିୟା ରାଜବଂଶଙ୍କ ଭୂମିକା ଗ୍ରହଣ କରିବେ । ଏହି ଫିଲ୍ମର ନିର୍ଦ୍ଦେଶନା ଦେବେ ନିର୍ଦ୍ଦେଶକ ପ୍ରଦିପ ସରକାର । ଏବେ ନିର୍ଦ୍ଦେଶକ ଚେତନ ଆନନ୍ଦଙ୍କ ଭୂମିକା ପାଇଁ ଜଣେ ଅଭିନେତା ଖୋଜୁଛନ୍ତି । ଶୁଣିବାକୁ ମିଳିଛି କି ଏହି ଭୂମିକା ପାଇଁ ସେ ବିବେକ ଓବରୋଇଙ୍କ ପାଖକୁ ଯାଇ ଆଲୋଚନା କରିଛନ୍ତି । ଯଦି ସବୁ ଠିକ୍ ହୁଏ ତେବେ ବିବେକ ଏହି ଭୂମିକାରେ ନଜର ଆସିବେ । ଆସନ୍ତା ମାସରୁ ଫିଲ୍ମର ସୁଟିଂ ହେବାର ଖବର ସାମ୍ନାକୁ ଆସିଛି । ଏହି ଫିଲ୍ମରେ ପ୍ରିୟା ରାଜବଂଶ ଏବଂ ଚେତନ ଆନନ୍ଦଙ୍କ କ୍ୟାରିୟର ବିଷୟରେ ଦେଖାଯିବ । ପ୍ରିୟା ହିନ୍ଦୀରେ କେବଳ ସାତୋଟି ଫିଲ୍ମରେ ଅଭିନୟ କରିଥିଲେ ଏବଂ ସମସ୍ତଙ୍କୁ ଚେତନ ଆନନ୍ଦ ନିର୍ଦ୍ଦେଶନା ଦେଇଥିଲେ । ୧୯୯୭ରେ ଚେତନ ଆନନ୍ଦଙ୍କର ମୃତ୍ୟୁ ହୋଇଥିଲା । ତାଙ୍କ ଇଚ୍ଛାରେ ସେ ପ୍ରିୟାଙ୍କ ନାମରେ ସମ୍ପତ୍ତିର ଏକ ଅଂଶ ଲେଖିଥିଲେ । ଏଥିରେ ରାଗି ଯାଇ ତାଙ୍କର ପ୍ରଥମ ବିବାହରୁ ତାଙ୍କର ଦୁଇ ପୁଅ ଏବଂ ଦୁଇ ଘରୋଇ ସେବକ ୨୦୦୦ ମସିହାରେ ମୁମ୍ବାଇର ଜୁହୁର ଆନନ୍ଦ ବଙ୍ଗଳା ଠାରେ ପ୍ରିୟା ରାଜବଂଶଙ୍କୁ ହତ୍ୟା କରିଥିଲେ । କି;ୁ କାହିଁକି ଏବଂ କିପରି ଏହି ସବୁ ଘଟିଲା, ଫିଲ୍ମରେ ଏହାକୁ ବିସ୍ତୃତ ଭାବରେ ବର୍ଣ୍ଣନା କରାଯିବ ।

Comments are closed.