ଲଦାଖ: ମଇ ୨୮: ଲଦାଖର ତୁରତୁକ ସେର ଜୋଜିଲା ପାଖରେ ମର୍ମ;ୁଦ ଦୁର୍ଘଟଣା । ଏଥିରେ ୭ ଜଣ ଯବାନ ପ୍ରାଣ ହରାଇଛନ୍ତି । ଘଟଣାରେ ସମସ୍ତ ଆହତଙ୍କୁ ଉତ୍ତମ ଚିକିତ୍ସା ଯୋଗାଇଦେବାକୁ ପ୍ରୟାସ ଜାରି ରହିଛି ବୋଲି ସେନା ପକ୍ଷରୁ କୁହାଯାଇଛି । ଆବଶ୍ୟକ ସ୍ଥଳେ ଆହତଙ୍କୁ ଏୟାର ଲିଫଫ କରି େୱଷ୍ଟର୍ଣ୍ଣ କମାଣ୍ଡ ହସ୍ପିଟାଲକୁ ନିଆଯିବା ଲାଗି ବ୍ୟବସ୍ଥା ହେଉଥିବା କୁହାଯାଇଛି । ମିଳିଥିବା ସୂଚନା ଅନୁସାରେ ଯବାନମାନଙ୍କୁ ନେଇ ଯାଉଥିବା ଗାଡ଼ିଟି ଜୋଜିଲା ପାସ୍ ପାଖରେ ନିୟନ୍ତ୍ରଣ ହରାଇ ଶ୍ୟୋକ ନଦୀ ଗର୍ଭକୁ ଗଳି ପଡ଼ିଥିଲା । ଫଳରେ ଏହି ଘଟଣାରେ ୭ଜଣ ଯବାନଙ୍କ ଜୀବନ ଚାଲାଯାଇଛି । ଘଟଣାସ୍ଥଳରେ ଏବେ ବି ଉଦ୍ଧାର କାର୍ଯ୍ୟ ଜାରି ରହିଛି ।
Comments are closed.