ଭୁବନେଶ୍ୱର: ରାଜ୍ୟରେ ଏବେ ଲଗାଣ ବର୍ଷାର ପରିମାଣ କମିଥିଲା ବେଳେ ଆସନ୍ତା କାଲିଠୁ ପୁଣି ପ୍ରବଳ ବର୍ଷା ହେବାର ସମ୍ଭାବନା ରିହିଛି ବୋଲି ଆଞ୍ଚଳିକ ପାଣିପାଗ କେନ୍ଦ୍ର ସୂଚନା ଦେଇଛି । ଆସନ୍ତା କାଲିଠୁ ବର୍ଷା ଆରମ୍ଭ ହୋଇ ତିନିଦିନ ଧରି ବର୍ଷିବ । ଏନେଇ ପାଣିପାଗ କେନ୍ଦ୍ର ତିନୋଟି ଜିଲ୍ଲାରେ ୟେଲୋ ୱାର୍ଣ୍ଣିଂ ଜାରି କରିଛି ।
୧ ଜୁନ ୧୦୨୨ ରୁ ୨୧ ଅଗଷ୍ଟ ୨୦୨୨ ମଧ୍ୟରେ ରାଜ୍ୟରେ ୯୩୪.୨ ମିମି ବର୍ଷା ରେକର୍ଡ କରାଯାଇଛି ଯାହାକି ଏହି ସମୟର ସ୍ୱାଭାବିକ ବର୍ଷା ୮୧୧.୯ ମିମି ତୁଳନାରେ ୧୫% ଅଧିକ ରହିଛି,
ଏହି ସମୟ ମଧ୍ୟରେ ବୌଦ୍ଧ (+୬୨%) ଏବଂ କନ୍ଧମାଳ(+୭୩%) ରେ ସ୍ୱାଭାବିକ ଠାରୁ ଅତ୍ୟଧିକ ବର୍ଷା ରେକର୍ଡ ହୋଇଛି pic.twitter.com/hTGH9lBa3U
— Meteorological Centre, Bhubaneswar (@mcbbsr) August 22, 2022
ସେହି ଜିଲ୍ଲାଗୁଡ଼ିକ ହେଲା- ବାଲେଶ୍ୱର, କେନ୍ଦୁଝର ଓ ମୟୂରଭଞ୍ଜ । ଏହି ତିନି ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ସେହିପରି ୨୪ ଓ ୨୪ ତାରିଖରେ ଦକ୍ଷିଣ ଆଭ୍ୟନ୍ତରୀଣ ଜିଲ୍ଲାରେ ସ୍ୱଳ୍ପରୁ ମଧ୍ୟମ ବର୍ଷା ହୋଇପାରେ ବୋଲି ପାଣିପାଗ ବିଭାଗ ସୂଚାନ ଦେଇଛି ।
ଅନ୍ୟପକ୍ଷରେ, ସୂବର୍ଣ୍ଣରେଖାରେ ଏକ ବଡ଼ ଧରଣ ବନ୍ୟା ସୃଷ୍ଟି ହୋଇଛି । ଝାଡ଼ଖଣ୍ଡ ଗାଲୁଡ଼ିହ ବ୍ୟାରେଜରୁ୧୬ ଗେଟ୍ ଖୋଲିବା ପରେ ଏକ ବଡ଼ ବିପତ୍ତି ମୟୂରଭଞ୍ଜ ଓ ବାଲେଶ୍ୱରକୁ ମାଡ଼ି ଆସୁଛି । ମୟୂରଭଞ୍ଜର ଦୁଇଟି ବ୍ଲକ୍ ସାରସକଣା ଓ ରାସଗୋବିନ୍ଦପୁର ଏବଂ ବାଲେଶ୍ୱର ଜିଲ୍ଲାର ୪ଟି ବ୍ଲକ୍ ବାଲିଆପାଳ, ଭୋଗରାଇ, ଜଳେଶ୍ୱର ଓ ବସ୍ତାରେ ସ୍ଥିତି ଅଣାୟତ୍ତ ହୋଇପାରେ ବୋଲି ଆଶଙ୍କା କରାଯାଉଛି ।
ଜଳ ସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ ବିଜୟ ମିଶ୍ରଙ୍କ ସୂଚନା ଅନୁସାରେ, ପ୍ରତି ସେକେଣ୍ଡକୁ ଆସୁଥିବା ୬ ଲକ୍ଷ ଘନଫୁଟ୍ର ଜଳ ପ୍ରବାହରୁ ଏହି ୨ ଜିଲ୍ଲାର ୬ଟି ବ୍ଲକ୍ରେ ସ୍ଥିତି ଅତ୍ୟନ୍ତ ଗମ୍ଭୀର ହେବ । ସେହିପରି, ରାଜଘାଟରେ ଜଳସ୍ତର ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଛି ଏବଂ ତାହା ଆହୁରି ବଢ଼ିବ । ଆଜି ମଧ୍ୟାହ୍ନ ୧୨ଟା ବେଳକୁ ଜଳସ୍ତର ସର୍ବାଧିକ ରହିବ ।
Comments are closed.