ମଦ ବ୍ୟବସାୟୀଙ୍କ ଘରେ ଆଇଟି ରେଡ

ଭୁବନେଶ୍ୱର : ମଦ ବ୍ୟବସାୟୀଙ୍କ ଘରେ ବଡ଼ ଧରଣର ଆଇଟି ରେଡ । ଆୟକର ଫାଙ୍କି ଅଭିଯୋଗରେ ମଦ ବ୍ୟବସାୟୀ ବିକ୍ରମ ସାହୁଙ୍କ ଏକକାଳୀନ ୩ ଟି ଘରେ ରେଡ ଜାରି ରହିଛି । ଆୟକର ବିଭାଗ ପକ୍ଷରୁ ତିନି ଜଣିଆ ଟିମ ଚଳାଇଛନ୍ତି ରେଡ। ଆଜି ସକାଳେ ଅନୁଗୁଳ ଆୟକର ବିଭାଗର ତିନି ଜଣିଆ ଟିମ ତଦନ୍ତ ଚଳାଇଛନ୍ତି । ତାଳଚେର, ଅନୁଗୁଳ, ଢେଙ୍କାନାଳ, ପୁରୀ, ଭୁବନେଶ୍ୱରରେ ଚଢ଼ାଉ ଚାଲିଥିବା ସୂଚନା ମିଳିଛି । ଅନୁଗୁଳ କରଡ଼ାଗାଡିଆରେ ଥିବା ଦେଶୀ ଭାଟିର ମୁଖ୍ୟ ଗୋଦାମରେ ଚାଲିଛି ରେଡ୍।

ସେହିପରି ଢେଙ୍କାନାଳରେ ଥିବା ଶକ୍ତି ମଲ୍ଟି ଏୟାର ଲିମୋନେଡ ପ୍ରାଇଭେଟ କିମିଟେଡ଼ ଉପରେ ମଧ୍ୟ ରେଡ ଚାଲିଛି ଶକ୍ତି ଇଣ୍ଟର ନାସନାଲ ହୋଟେଲ ଗ୍ରୁପ ସମେତ ଢେଙ୍କାନାଳ ମଦ ବଟଲିଙ୍ଗ ପ୍ଲାଣ୍ଟ ଭଳି ୨୫ଟି ସ୍ଥାନରେ ଚଢାଉ କରାଯାଉଛି । ପାରଳାଖେମୁଣ୍ଡିରେ ଥିବା ସମୁଦି ଘରେ ବି ଚଢ଼ଉ କରୁଛି ଆୟକର ବିଭାଗ। ଚଢାଉ ବେଳେ ୧୦ କୋଟିରୁ ଅଧିକ ଟଙ୍କା ଜବତ କରାଯିବା ସହ ବର୍ତ୍ତମାନ ସୁଦ୍ଧା ଚଢ଼ାଉ ଜାରି ରହିଛି ।

Launching Ceremony of “AYUSHMAN BHARAT

Comments are closed.