ଇସ୍ରୋର ଐତିହାସିକ ସଫଳତା, ଏକାସାଙ୍ଗରେ ଲଞ୍ଚ ହେଲା ୯ଟି ସାଟେଲାଇଟ୍‌

ଦିଲ୍ଲୀ: ଇସ୍ରୋ ବା ଭାରତୀୟ ଅନ୍ତରୀକ୍ଷ ଅନୁସନ୍ଧାନ ସଂଗଠନ ଆଜି ଏକ ଐତିହାସିକ ସଫଳତା ହାସଲ କରିଛି । ଇସ୍ରୋ ଏକାସାଙ୍ଗରେ ୯ଟି ସାଟେଲାଇଟ୍‌କୁ ଲଞ୍ଚ କରିଛି । ଜାତୀୟ ଗଣମାଧ୍ୟମ ସୂଚନା ଅନୁସାରେ, ଆଜି ଦିନ ୧୨ ଟାରେ ଇସ୍ରୋ ତରଫରୁ ତାମିଲନାଡୁର ଶ୍ରୀହରିକୋଟାର ସତୀଶ ଧାୱନ ଅନ୍ତରୀକ୍ଷ କେନ୍ଦ୍ରରୁ ଆଶନସେଟ-୩ ଓ ଭୂଟାନର ଏକ ଉପଗ୍ରହ ସମେତ ମୋଟ ୯ ଟି ଛୋଟ ସାଟେଲାଇଟକୁ ପିଏସଏଲଭି -ସି୫୪/ଇଓଏସ-୦୬ ମିଶନ କ୍ରମରେ ଲଞ୍ଚ କରିଛି ।

ଏନେଇ ଇସ୍ରୋର ଅଧ୍ୟକ୍ଷ ଏସ ସୋମନାଇ କହିଛନ୍ତିଯେ, ପିଏସଏଲଭି-ସି୫୪ ପୃଥି ଅବଲୋକନ ଉପଗ୍ରହ ସମେତ ମୋଟ ୮ ଟି ଉପଗ୍ରହକୁ ସଫଳତାର ସହ ଅନ୍ତରୀକ୍ଷରେ ସ୍ଥାପିତ କରିଛି ।

ତେବେ ଏହା ପୂର୍ବରୁ ଇସ୍ରୋ ନିଜ ଦ୍ୱାରା ବିକଶିତ କରିଥିବା ପ୍ରଥମ ଭାରତୀୟ ରକେଟ୍‌କୁ ମହାକାଶରେ ସ୍ଥାପିତ କରିଥିଲା । ନଭେମ୍ବର ୧୮ ତାରିଖରେ ଇସ୍ରୋ ତରଫରୁ ନିଜ ଦ୍ୱାରା ପ୍ରସ୍ତୁତ ରକେଟ ‘ବିକ୍ରମ-ଏସ୍‌’ ତିନୋଟି ଉପଗ୍ରହକୁ ନେଇ ଶୁକ୍ରବାର ଅନ୍ତରୀକ୍ଷ ଅଭିମୂଖେ ଯାତ୍ରା କରିଥିଲା ।

Comments are closed.