ପାଣିରେ ବୁଡ଼ି ଚାଲିଗଲା ବରଗଡ଼ର ଇସ୍ରୋ ବୈଜ୍ଞାନିକଙ୍କ ଜୀବନ

ବରଗଡ଼ : କମ୍‌ ବୟସରୁ ଇସ୍ରୋ(ଭାରତୀୟ ଅନ୍ତରୀକ୍ଷ ବିଜ୍ଞାନ ଓ ପ୍ରାଦୌଗିକ ସଂସ୍ଥାନ)ର ବୈଜ୍ଞାନିକ ହେବାର ସୌଭାଗ୍ୟ ପାଇଥିଲେ ବରଗଡ଼ ଜିଲ୍ଲାର ନିହାର ରଞ୍ଜନ ପ୍ରଧାନ । ତାଙ୍କର ଏହି କୃତିତ୍ୱରେ ସାରା ଓଡ଼ିଶାବାସୀ ବର୍ଗିତ ହୋଇଥିଲେ । ହେଲେ ଗତକାଲି ତାଙ୍କର ଅକାଳ ବିୟୋଗରେ କାନ୍ଦୁଛି ବରଗଡ଼ । ମୃତୁ୍ୟ ବେଳକୁ ତାଙ୍କୁ ୨୭ ବର୍ଷ ବୟସ ହୋଇଥିଲା । ୨୦୨୧ରେ ଯୁବ ବୈଜ୍ଞାନିକ ଭାବେ ସେ ଇସ୍ରୋରେ ଯୋଗ ଦେଇଥିଲେ ।

ପାଣିରେ ବୁଡ଼ି ଚାଲିଗଲା ବରଗଡ଼ର ଇସ୍ରୋ ବୈଜ୍ଞାନିକଙ୍କ ଜୀବନ

ସୂଚନା ଅନୁସାରେ, ବରଗଡ଼ ଜିଲା ଅମ୍ବାଭୋନା ବ୍ଲକ ଅନ୍ତର୍ଗତ ଝାରପାଲି ଗ୍ରାମରେ ଜନ୍ମଗ୍ରହଣ କରିଥିବା ନିହାରଙ୍କର ସୋମବାର ମୃତୁ୍ୟ ହୋଇଛି । ଗ୍ରାମର ଏକ ଜଳାଶୟରେ ଗାଧୋଉ ଥିବାବେଳେ ସେ ବୁଡ଼ି ଯାଇଥିଲେ । ସ୍ଥାନୀୟ ଲୋକେ ତାଙ୍କୁ ଉଦ୍ଧାର କରି ଭୁକ୍ତା ସ୍ୱାସ୍ଥ୍ୟକେନ୍ଦ୍ରକୁ ଆଣିଥିଲେ । ମାତ୍ର ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଶନିବାର ସେ ନିଜ ଗ୍ରାମ ଝାରପାଲିକୁ ଆସିଥିଲେ ଏବଂ ସୋମବାର ମଧ୍ୟାହ୍ନରେ ଗାଧୋଇବାକୁ ଯାଇଥିବାବେଳେ ଏହି ଘଟଣା ଘଟିଥିଲା । ତାଙ୍କ ଅକାଳ ବିୟୋଗରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି ।

Comments are closed.