ଇରାନ : ଇରାନର ଦକ୍ଷିଣ-ପଶ୍ଚିମ ସହରର ଇଜେହ ରେ ହୋଇଛି ଆଖିବୁଜା ଗୁଳିମାଡ଼ I ହିଜIବ ବିରୋଧୀ ଆନ୍ଦୋଳନ ବେଳେ ଏହି ଗୁଳିମାଡ଼ ହୋଇଛି I ଏହି ଗୁଳିକାଣ୍ଡରେ ୫ ଜଣ ଲୋକଙ୍କର ପ୍ରାଣ ଚାଲିଯାଇଥିବା ବେଳେ ୧୦ ଜଣ ଗୁରୁତର ଆହତ ହୋଇଛନ୍ତି। ତେବେ ମୃତକଙ୍କ ମଧ୍ୟରେ ଜଣେ ଶିଶୁ ଓ ଜଣେ ମହିଳା ଥିବା ସୂଚନା ମିଳିଛି ।
ସୂଚନାନୁସାରେ ନଭେମ୍ବର ୧୬ ରେ ଏକ ବାଇକ୍ ରେ ଆସି ଆକ୍ରମଣକାରୀମାନେ ଆନ୍ଦୋଳନ କାରୀମାନଙ୍କ ଉପରକୁ ଆଖିବୁଜା ଗୁଳି ଚଳାଇଥିଲେ । ନ୍ୟୁଜ୍ ଏଜେନ୍ସି ‘ଇର୍ନା’ ରିପୋର୍ଟ ଅନୁସାରେ, ଗୁଳି ବିନିମୟରେ ଜଣେ ପୋଲିସ କର୍ମଚାରୀଙ୍କ ସମେତ ୧୦ ଜଣ ଆହତ ହୋଇଛନ୍ତି। ସହରର ଖୁଜେସ୍ତାନ ପ୍ରଦେଶର ଡେପୁଟି ଗଭର୍ଣ୍ଣର ୱାଲିୟୁଲା ହାୟତି କହିଛନ୍ତି ଯେ ମୃତ୍ୟୁବରଣ କରିଥିବା ଲୋକଙ୍କ ମଧ୍ୟରେ ଜଣେ ଶିଶୁ ଏବଂ ଜଣେ ମହିଳା ଅଛନ୍ତି। ସମସ୍ତ ମୃତାହତ ଙ୍କୁ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ତେବେ ଏହି ଭୟଙ୍କର ଘଟଣାଟି ପ୍ରକୃତରେ କିଏ କରିଛି ଓ କାହିଁକି କରିଛି ତାହା ବର୍ତ୍ତମାନ ପର୍ଯ୍ୟନ୍ତ ଜଣାପଡି ନାହିଁ ।
ସ୍ଥାନୀୟ ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଆକ୍ରମଣ ପରେ ଏହି ଅଞ୍ଚଳରେ ଜନସମାଗମ ହୋଇଥିଲା। ଲୋକମାନେ ସରକାରଙ୍କ ବିରୋଧରେ ସ୍ଲୋଗାନ ଦେବା ଆରମ୍ଭ କରିଥିଲେ। କିଛି ଲୋକ ପୋଲିସ ଉପରକୁ ପ୍ରଥମେ ପଥର ଫିଙ୍ଗିଥିଲେ। ଲୋକଙ୍କୁ ନିୟନ୍ତ୍ରଣ କରିବା ପାଇଁ ଏହାର ପୋଲିସ ଲୁହବୁହା ଗ୍ୟାସ ଗୁଳି ଚଳାଇଥିଲା।
‘ଟାଇମ୍ସ ଅଫ୍ ଇସ୍ରାଏଲ୍’ର ରିପୋର୍ଟ ଅନୁଯାୟୀ ଉତ୍ୟକ୍ତ ଆନ୍ଦୋଳନକାରୀମାନେ ଏକ ଶିଆ କମ୍ୟୁନିଟି ସ୍କୁଲରେ ମଧ୍ୟ ନିଆଁ ଲଗାଇ ଦେଇଛନ୍ତି। ପୂର୍ବରୁ ମଧ୍ୟ ଅକ୍ଟୋବର ୨୬ ରେ, ଇରାନର ଶିରାଜରେ ଏକ ଧାର୍ମିକ ସ୍ଥାନରେ ୩ ଜଣ ଆକ୍ରମଣ କରି ଗୁଳି ବିନିମୟ କରିଥିଲେ । ଏହି ଆକ୍ରମଣରେ ୧୫ ଜଣ ପ୍ରାଣ ହରାଇବା ସହ ୪୦ ରୁ ଅଧିକ ଲୋକ ଆହତ ହୋଇଥିଲେ । ଶିଆ ସମ୍ପ୍ରଦାୟର ପବିତ୍ର ସ୍ଥାନ ଶାହା ଚେରାଗରେ ଏହି ଘଟଣା ଘଟିଥିଲା I
ଇରାନରେ ୨୨ ବର୍ଷୀୟ ଛାତ୍ରୀ ମହସା ଆମିନୀଙ୍କ ମୃତ୍ୟୁ ପରଠାରୁ ଲଗାତାର ଆନ୍ଦୋଳନ ଚାଲିଆସୁଛି । ସେପ୍ଟେମ୍ବର ୧୩ ରେ ହିଜାବ ପିନ୍ଧି ନ ଥିବାରୁ ମେହସାଙ୍କୁ ପୋଲିସ ଗିରଫ କରିଥିଲା। ସେ ୧୬ ସେପ୍ଟେମ୍ବରରେ ପୋଲିସ ହେପାଜତରେ ମୃତ୍ୟୁ ବରଣ କରିଥିଲେ। ଏହା ପରେ ଲୋକମାନେ ରାସ୍ତାରେ ଯାଇ ହିଜାବର ବାଧ୍ୟତାମୂଳକ ପିନ୍ଧିବା ବିରୋଧରେ ବିରୋଧ ଆରମ୍ଭ କରିଥିଲେ। ବର୍ତ୍ତମାନ ପର୍ଯ୍ୟନ୍ତ ଏହି ଆନ୍ଦୋଳନରେ ୩୪୪ ଜଣଙ୍କର ମୃତ୍ୟୁ ହେବା ସହିତ ପ୍ରାୟ ୧୫ ,୮୨୦ ଲୋକଙ୍କୁ ଗିରଫ କରାଯାଇଛି। ତେବେ ହିଜାବ ମାମଲାକୁ ନେଇ ଭାରତ ତଥା ଅନ୍ୟ ଦେଶରେ ବିଭିନ୍ନ ସମୟରେ ବିଦ୍ରୋହ ଦେଖିବାକୁ ମିଳିଥାଏ । ଏହାକୁ କିଛି ଲୋକ ସମର୍ଥନ କରୁଥିବା ବେଳେ କିଛି ଲୋକ ବିରୋଧ ମଧ୍ୟ କରୁଛନ୍ତି ।
Uni students continue their anti-regime slogans even at night.
In Isfahan, Islamic Republic thugs attacked the dorms, shooting, firing tear gas,…(video)
In Yazd, where at least 100 students were suspended: "Basiji, It's almost the end, eat my dick!"#مهسا_امینی#IranTruth pic.twitter.com/Yw0F4fKb52— IranTrue (@iran_true) November 16, 2022

Comments are closed.