IPS ରାଜେଶ ପଣ୍ଡିତ ସସ୍‌ପେଣ୍ଡ

ଭୁବନେଶ୍ୱର : ଆଇପିଏସ ଆଧିକାରୀ ସସ୍‌ପେଣ୍ଡ । ଅଗ୍ନିଶମ ଓ ହୋମଗାର୍ଡ ଡିଆଇଜି ରାଜେଶ ପଣ୍ଡିତ ଉତ୍ତମରାଓଙ୍କୁ ନିଲମ୍ବିତ କରାଯାଇଛି । ଭାରତୀୟ ପୁଲିସ ସେବା ଆଇନ ଉଲ୍ଲଘଂନ ଅଭିଯୋଗରେ ନିଲମ୍ବିତ ହୋଇଛନ୍ତି ରାଜେଶ ପଣ୍ଡିତ । DIG ଭାବେ ଫାୟାର ସର୍ଭିସ ଓ ହୋମଗାର୍ଡ ଦାୟିତ୍ୱରେ ଥିଲେ ରାଜେଶ ପଣ୍ଡିତ । ତାଙ୍କ ବିରୋଧରେ କ୍ୟାପିଟାଲ ଥାନାର ଜଣେ ମହିଳା ଏଏସଆଇଙ୍କୁ ଅସଦାଚରଣ ଅଭିଯୋଗ ହେବା ପରେ ଗୃହ ବିଭାଗ ପକ୍ଷରୁ ତାଙ୍କୁ କାର୍ଯ୍ୟରୁ ନିଲମ୍ବନ ପାଇଁ ନିର୍ଦେଶ ଦିଆ ଯାଇଛି ।

ସୂଚନାନୁସାରେ,ଗତ ୨୭ ତାରିଖ ରାତିରେ କ୍ୟାପିଟାଲ ଥାନା ଅଞ୍ଚଳରେ ରହୁଥିବା ଜଣେ ମହିଳା ଏଏସଆଇଙ୍କ ଘରେ ନିଶାସକ୍ତ ଅବସ୍ଥାରେ ପହଞ୍ଚିଥିଲେ ରାଜେଶ ପଣ୍ଡିତ । ତେବେ ଏହି ଘଟଣାକୁ ମହିଳାଙ୍କ ସ୍ୱାମୀ ବିରୋଧ କରିବରୁ ତାଙ୍କୁ ଆକ୍ରମଣ କରିଥିଲେ ରାଜେଶ ପଣ୍ଡିତ । ଏହି ଘଟଣାରେ ମହିଳା ଏଏସଆଇଙ୍କ ସ୍ୱାମୀ କ୍ୟାପିଟାଲ ଥାନାରେ ଏତଲା ଦେଇଥିଲେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ନ ହେବାରୁ ସୋମବାର ହ୍ୟୁମାନ ରାଇଟ୍ସରେ ଅଭିଯୋଗ କରିଥିଲେ ମହିଳାଙ୍କ ସ୍ୱାମୀ । ଏହି ଘଟଣାପରେ ଗୃହ ବିଭାଗ ପକ୍ଷରୁ ତାଙ୍କୁ ନିଲମ୍ବିତ କରାଯିବା ସହ ହେଡ କ୍ୱାଟର ଛାଡି ନଯିବାକୁ ନିର୍ଦ୍ଦେଶ ଦିଆଯାଇଛି ।

Comments are closed.