ବରଗଡ: ଆଇପିଏଲ୍ କ୍ରିକେଟ ବେଟିଂ ଚେର ଲମ୍ବିଛି ବରଗଡ ଯାଏଁ । ଆଇପିଏଲ୍ କ୍ରିକେଟକୁ ନେଇ ବରଗଡ଼ରେ ବେଟିଂ ଚାଲିଥିବା ଘଟଣାର ବରଗଡ ପୋଲିସ ପକ୍ଷରୁ ପର୍ଦ୍ଦାଫାଶ ହୋଇଛି । ପୋଲିସ ଘଟଣାରେ ସମ୍ପୃକ୍ତ ୫ ଅଭିଯୁକ୍ତଙ୍କୁ ଗିରଫ କରିଛି । ସେମାନେ ହେଲେ ବରଗଡ଼ର ବିକି ମିତ୍ତଲ, ପ୍ରକାଶ ଅଗ୍ରୱାଲ, ଅର୍ଜୁନ ସେନାପତି, ବିମଳକାନ୍ତ ନାଗ ଏବଂ ଦିଲୀପ ଦାଶ । ପୋଲିସ ସେମାନଙ୍କ ଠାରୁ ନଗଦ ୬ ଲକ୍ଷ ୧୪ ହଜାର ଟଙ୍କା, , ଏଲଇଡି ଟିଭି,ଲାପଟପ, ମୋବାଇଲ ଫୋନ, ତାସ ଆଦି ସାମଗ୍ରୀ ଜବତ କରିଛି ।
ପୋଲିସ ସୂଚନା ଅନୁସାରେ, ଗତ ୨୭ ତାରିଖରେ ରାଜସ୍ଥାନ ଏବଂ ବାଙ୍ଗାଲୋର ମଧ୍ୟରେ ମ୍ୟାଚ ଚାଲିଥିବା ବେଳେ ବରଗଡ଼ ସହର ଉପକଣ୍ଠ ଅମ୍ବାପାଲିସ୍ଥିତ ଏକ ନିର୍ମାଣାଧୀନ ଘରେ ଅଭିଯୁକ୍ତମାନେ ବେଟିଂ ଚଲାଇଥିଲେ । ଖବର ପାଇ ବରଗଡ ଏସପିଙ୍କ ନିର୍ଦ୍ଦେଶକ୍ରମେ ପୋଲିସର ଏକ ଟିମ୍ ଚଢାଉ କରିଥିଲା । ଚଢାଉ ବେଳେ ପୋଲିସ ଅଭିଯୁକ୍ତ ମାନଙ୍କୁ ଧରିବାରେ ସଫଳ ହୋଇଥିବା ଏସପିି ପରମାର୍ ପୁରୁଷୋତ୍ତମ ଦାଶ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି । ଏହି ଅବସରରେ ବରଗଡ ଏସଡ଼ିପିଓ ଦୀପକ କୁମାର ଗୋଚ୍ଛାୟତ ମଧ୍ୟ ଉପସ୍ଥିତ ଥିଲେ । ଏ ସଂକ୍ରାନ୍ତରେ ବରଗଡ଼ ଟାଉନ ଥାନାରେ କେଶ ନଂ.୨୮୭/୨୨ ଏକ ମାମଲା ହୋଇଛି ।
Comments are closed.