ରାଷ୍ଟ୍ରପତି ଭବନରୁ ନିମନ୍ତ୍ରଣ,ଦିଲ୍ଲୀ ଯିବେ ଲକ୍ଷପତି ଦିଦି

ଭୁବନେଶ୍ୱର : ଦିଲ୍ଲୀ ଯିବେ ଲକ୍ଷପତି ଦିଦି । ଗଞ୍ଜାମ ଜିଲ୍ଲାର ଏକ ମାତ୍ର ଲକ୍ଷପତି ଦିଦି ଏସ୍. ଜ୍ୟୋତି ରେଡ୍ଡୀଙ୍କୁ ରାଷ୍ଟ୍ରପତି ଭବନରୁ ନିମନ୍ତ୍ରଣ ଆସିଛି । ୭୯ ତମ ସ୍ୱାଧୀନତା ଦିବସ ଅବସରରେ ନୂଆଦିଲ୍ଲୀ ସ୍ଥିତ ରାଷ୍ଟ୍ରପତି ଭବନରେ ଆୟୋଜିତ ହେବାକୁ ଯାଉଥିବା ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ଯୋଗଦେବେ । ଏସ୍. ଜ୍ୟୋତି ରେଡ୍ଡୀ ଗଞ୍ଜାମ ଜିଲ୍ଲାର ଛତ୍ରପୁର ବ୍ଳକ୍ ଅନ୍ତର୍ଗତ ଶ୍ରୀରାମଚନ୍ଦ୍ରପୁର ପଞ୍ଚାୟତ ଅଧିନସ୍ଥ କାଳିଆବାଲି ଗ୍ରାମର ଜଣେ ସଫଳ ଲକ୍ଷପତି ଦିଦି ଭାବରେ ଚୟନ ହୋଇଛନ୍ତି । ରାଷ୍ଟ୍ରପତି ଭବନରୁ ନିମନ୍ତ୍ରଣ ଆସିବା ପରେ ତାଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନର ସୁଅ ଛୁଟୁଛି ।

ଏସ୍. ଜ୍ୟୋତି ରେଡ୍ଡୀ, ଜଣେ ଗ୍ରାଜୁଏଟ୍ । ୨୦୦୮ ମସିହାରେ ପ୍ରଥମେ ଏକ ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀରେ ସାମିଲ ହୋଇ ଘରକୁ ଘର ବୁଲି ବିଦ୍ୟୁତ ବିଲ୍ ସଂଗ୍ରହ କରୁଥିଲେ । ପରେ ସେହି ଅର୍ଥରେ ସ୍ବାବଲମ୍ବୀ ହେବା ସମ୍ଭବ ନଥିବା ଅନୁଭବ କରିଥିଲେ ଜ୍ୟୋତି । ପରେ ମିଶନ ଶକ୍ତି ଜରିଆରେ ୨ ଲକ୍ଷ ଟଙ୍କା ଋଣ ଆଣି କାଳିଆବାଲି ଗ୍ରାମରେ କୁକୁଡ଼ା ଫାର୍ମ କରିଥିଲେ । ଏବେ ତାଙ୍କର ବାର୍ଷିକ ଆୟ ପ୍ରାୟ ୪ ଲକ୍ଷରୁ ଅଧିକ ଟଙ୍କା । କେବଳ ନିଜେ ରୋଜଗାର କରୁନାହାନ୍ତି ବରଂ ଗ୍ରାମର ଅନ୍ୟ କେତେକ ମହିଳାଙ୍କୁ ଏଥିରେ ସାମିଲ କରାଇବା ସହିତ ସେମାନଙ୍କୁ ରୋଜଗାରକ୍ଷମ କରିଛନ୍ତି। ପୂର୍ବରୁ ଅନେକ କାର୍ଯ୍ୟକ୍ରମରେ ତାଙ୍କର ଯୋଗଦାନ ରହିବା ସହ ମିଶନ୍ ଶକ୍ତି ମାଧ୍ୟମରେ ଚମାଖଣ୍ଡି ପଞ୍ଚାୟତ ଇଣ୍ଡଷ୍ଟ୍ରିଆଲ‌୍ ପାର୍କରେ ଟମାଟ ସସ୍, ଛଣା ତେଲ ସହ ବିଭିନ୍ନ ସାମଗ୍ରୀ ପ୍ରସ୍ତୁତ କରି ରାଜ୍ୟ ଓ ଦେଶରେ ପ୍ରଶଂସିତ ହୋଇଥିଲେ । ଗ୍ରାମରେ କୁକୁଡ଼ା ଫାର୍ମ କରି ସଫଳତା ହାସଲ କରିଛନ୍ତି ।

Launching Ceremony of “AYUSHMAN BHARAT

Comments are closed.