ମାଲକାନଗିରି: ଜୁନ୍ ୧୩: ଆଜି ସକାଳ ସମୟରେ ମାଲକାନଗିରି ସୀମାନ୍ତରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ହୋଇଛି । ଭାରସାମ୍ୟ ହରାଇ ଏକ ଯାତ୍ରୀବାହୀ ବସ୍ ଓଲଟି ୫ ଜଣଙ୍କର ମୃତୁ୍ୟ ହେବା ସହ ୩୦ ଜଣଙ୍କର ଅବସ୍ଥା ଗୁରୁତର ରହିଛି । ବସ୍ରେ ଥିବା ଯାତ୍ରୀ ଅଧିକାଶଂ ଓଡ଼ିଆ ବୋଲି ଜଣାପଡ଼ିଛି ।
ପ୍ରାପ୍ତ ସୂଚନା ଅନୁସାରେ, ବିଜୟୱାଡାରୁ ଭବାନୀପାଟଣା ଆସୁଥିବା ଘରୋଇ ବସ୍ ମାଲକାନଗିରି ସୀମାନ୍ତ ଆନ୍ଧ୍ର ପ୍ରଦେଶର ବୋଡୁଗୁଡମ୍ ନିକଟରେ ଭାରସାମ୍ୟ ହରାଇ ଓଲଟିଥିଲା । ଏହି ଦୁର୍ଘଟଣାରେ ୫ଜଣଙ୍କ ମୃତୁ୍ୟ ଘଟିଥିବା ବେଳେ ୩୦ ଜଣ ଗୁରୁତର ହୋଇଛନ୍ତି । ସ୍ଥାନୀୟ ଲୋକେ ପ୍ରଥମେ ଯାତ୍ରୀମାନଙ୍କୁ ଉଦ୍ଧାର କରି ଭଦ୍ରାଚଳମ୍ ଚିକିତ୍ସାଳୟକୁ ପଠାଇଥିଲେ । ତେବେ ଘଟଣାସ୍ଥଳରେ ୩ ଜଣଙ୍କ ମୃତୁ୍ୟ ହୋଇଥିବା ବେଳେ ହସ୍ପିଟାଲରେ ୨ଜଣଙ୍କର ପ୍ରାଣହାନି ଘଟିଥିବା ଜଣାଥିଲା । ୩ ଜଣ ମୃତକଙ୍କ ପରିଚୟ ମିଳିପାରିଥିଲା ବେଳେ ଅନ୍ୟ ୨ ଜଣଙ୍କର ପରିଚୟ ମିଳିନି । ପରିଚୟ ମିଳିଥିବା ମୃତକ ହେଲେ-ଧନେଶ୍ୱର ଦଳପତି(୨୪), ଜିତୁ ହରିଜନ(୫) ଓ ନୁନେନା ହରିଜନ(୨) ।
ବର୍ତ୍ତମାନ ୬ ଜଣ ଗୁରୁତର ଅବସ୍ଥାରେ ଚିକିତ୍ସିତ ହେଉଛନ୍ତି । ବସ୍ରେ ମୋଟ ୪୦ ଜଣ ଯାତ୍ରୀ ଥିଲେ । ଚାଳକ ମଦପିଇ ଗାଡ଼ି ଚଳାଉଥିବାରୁ ଏଭଳି ଦୁର୍ଘଟଣା ଘଟିଥିବା ଯାତ୍ରୀମାନେ ଅଭିଯୋଗ କରିଛନ୍ତି । ବସ୍ରେ ଓଡ଼ିଶାର ଶ୍ରମିକ ରହିଥିଲେ ଓ ସେମାନେ ବିଜୟୱାଡାରୁ ଘରକୁ ଫେରୁଥିଲେ ।

Comments are closed.