ପାକିସ୍ତାନରେ ଇଣ୍ଟରନେଟ ସେବା ବନ୍ଦ

0

ଇସଲାମାବାଦ : ପାକିସ୍ତାନ ଇସଲାମବାଦ ଏବଂ ରାୱଲପିଣ୍ଡିରେ ମୋବାଇଲ ଇଣ୍ଟରନେଟ ସେବା ବନ୍ଦ ।3G/4G ଇଣ୍ଟରନେଟ୍‌ ସେବା ବନ୍ଦ ରହିଛି। ପାକିସ୍ତାନ ଆଭ୍ୟନ୍ତରୀଣ ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ଏପରି ନିଷ୍ପତ୍ତି ନିଆଯାଇଛି। ତେହେରିକ-ଏ-ଲବୈକ ପାକିସ୍ତାନ(TLP)ର ବିକ୍ଷୋଭ ନେଇ ବନ୍ଦ ହୋଇଛି ଇଣ୍ଟରନେଟ୍‌ ସେବା । ପାକିସ୍ତାନର ରାଜଧାନୀ ଇସଲାମାବାଦକୁ ସଂଯୋଗ କରୁଥିବା ବିଭିନ୍ନ ରାସ୍ତା ସିଲ୍‌ କରାଯାଇଛି । ପାକିସ୍ତାନର ଗୃହ ମନ୍ତ୍ରଣାଳୟ ଏବଂ ନାର୍କୋଟିକ୍ସ ନିୟନ୍ତ୍ରଣ ବିଭାଗ ଦ୍ୱାରା ଅକ୍ଟୋବର ୯ ତାରିଖରେ ଜାରି କରାଯାଇଥିବା ଏକ ବିଜ୍ଞପ୍ତି ଅନୁଯାୟୀ, ପରବର୍ତ୍ତୀ ନିର୍ଦ୍ଦେଶ ନ ଆସିବା ପର୍ଯ୍ୟନ୍ତ ମୋବାଇଲ୍ ଇଣ୍ଟରନେଟ୍ ସେବା ବନ୍ଦ ରହିବ । ବିଭାଗ କହିଛି ଯେ ଗୁଇନ୍ଦା ସଂସ୍ଥାଗୁଡ଼ିକର ସୁପାରିଶ ଏବଂ ପରିସ୍ଥିତିର ଗୁରୁତ୍ୱକୁ ବିଚାର କରି ଏହି ନିଷ୍ପତ୍ତି ନିଆଯାଇଛି । ତଥାପି, ପାକିସ୍ତାନ ସରକାର ଇଣ୍ଟରନେଟ୍ ବନ୍ଦ କରିବା ପଛର ସଠିକ୍ କାରଣ ଏପର୍ଯ୍ୟନ୍ତ ସ୍ପଷ୍ଟ ଭାବରେ କହିନାହାଁନ୍ତି ।

ରାଜନୈତିକ ଅସ୍ଥିରତା ଓ ଆଭ୍ୟନ୍ତରୀଣ ଉତ୍ତେଜନା ପାକିସ୍ତାନ ପାଇଁ ମୁଣ୍ଡ ବିନ୍ଧାର କାରଣ ପାଲଟିଛି । ଆଉ ସେଠାର ସ୍ଥିତି ଏବେ ଧୀରେ ଧୀରେ ଜରୁରୀକାଳୀନ ପରିସ୍ଥିତି ଭଳି ହେବାକୁ ଯାଉଛି । ପୋଲିସ ଓ ଆନ୍ଦୋଳନକାରୀ ମୁହାଁମୁହିଁ ହୋଇଥିବାବେଳେ ପରିସ୍ଥିତି ଅଣାୟତ୍ତ ହୋଇପଡ଼ିଛି।

TLP ଇସଲାମବାଦରେ ଆମେରିକା ଦୂତାବାସ ବାହାରେ ଇସ୍ରାଏଲ ବିପକ୍ଷରେ ବିରୋଧ ପ୍ରଦର୍ଶନ ପାଇଁ ଘୋଷଣା କରାଯାଇଛି । ଏହାଦେଖି ପାକିସ୍ତାନର ପଞ୍ଜାବ ପ୍ରାନ୍ତର ପୋଲିସର ପ୍ରମୁଖ ସାଦ ହୁସୈନ ରିଜଭୀଙ୍କୁ ଗିରଫ କରିବା ପାଇଁ ଲାହୋର ଟିଏଲପି ମୁଖ୍ୟାଳୟରେ ଛାପା ମାରିଛି । ପଞ୍ଜାବ ପୋଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପରେ ସହରରେ ହିଂସା ଦେଖିବାକୁ ମିଳିଛି ।

TLP ମୁଖ୍ୟାଳୟ ନିକଟରେ ପୋଲିସକର୍ମୀ ନିୟୋଜିତ ରହିଛନ୍ତି । ସ୍ଥାନୀୟ ଅଞ୍ଚଳରେ ସ୍ଥିତି ଉତ୍ତେଜନାପୂର୍ଣ୍ଣ ରହିଛି । ସେପଟେ ଟିଏଲପି ଦାବି କରିଛି କି, ପୋଲିସ ସହିତ ମୁହାଁମୁହିରେ ଜଣେ କାର୍ଯ୍ୟକର୍ତ୍ତା ଜୀବନ ଯାଇଥିବା ବେଳେ ୨୦ ଜଣ ଆହତ ହୋଇଛନ୍ତି । ପୋଲିସ TLP ପ୍ରମୁଖ ବିରୋଧରେ ଗିରଫ ୱାରେଣ୍ଟ ଜାରି କରି ମୁଖ୍ୟାଳୟରେ ଚଢାଉ କରିଥିଲା । କିନ୍ତୁ ଏଠାରେ ପୋଲିସ ଆକ୍ରମଣର ଶିକାର ହୋଇଥିଲା । ଟିଏଲପି କାର୍ଯ୍ୟକର୍ତ୍ତା ପୋଲିସକର୍ମୀ ଉପରେ ପଥରମାଡ଼ ଏବଂ ଲୁହାରେ ଆକ୍ରମଣ କରିଥିଲା ।

Launching Ceremony of “AYUSHMAN BHARAT
Leave A Reply

Your email address will not be published.