ଅମିତାଭ କରିଥିଲେ ପ୍ରେରିତ

0

ବଲିଉଡ ଅଭିନେତ୍ରୀ ରେଖା ଦୀର୍ଘ ଦଶନ୍ଧି ଧରି ଦର୍ଶକଙ୍କ ହୃଦୟରେ ରାଜ କରୁଛନ୍ତି । ଏବେ ବି ଲୋକ ତାଙ୍କ ସିନେମା ହେଉ କିମ୍ବା ନୃତ୍ୟ ଦେଖିବାକୁ ଉତ୍ସାହିତ ଥାଆନ୍ତି । ତେବେ ରେଖାଙ୍କର କ୍ୟାରିୟରର ପ୍ରଥମଭାବ ଖୁବ ସଂଘର୍ଷପୂର୍ଣ୍ଣ ଥିଲା । ପ୍ରଥମେ ସେ ଇଣ୍ଡଷ୍ଟ୍ରୀକୁ ଆସିବା ସମୟରେ ମାତ୍ର ୧୩ – ୧୪ ବର୍ଷର ଥିଲେ । ତେବେ ଏହି ସମୟରେ ତାଙ୍କର ଓଜନ, ରଙ୍ଗ ଓ ହିନ୍ଦୀ କହିବାର ଶୈଳୀକୁ ନେଇ ଖୁବ ଟ୍ରୋଲିଂର ଶିକାର ହେଉଥିଲେ । ତାଙ୍କୁ ଏଥିପାଇଁ କିଛିଥର ରିଜେକସନ୍‌ର ମଧ୍ୟ ସାମନା କରିବାକୁ ପଡିଛି । ତେବେ ଅମିତାଭ ବଚ୍ଚନ ରେଖାଙ୍କୁ ଖୁବ ପ୍ରଭାବିତ କରିଥିଲେ ଗ୍ରୁମିଂ କରିବାକୁ । ଅମିତାଭ ଓ ରେଖାଙ୍କର ପ୍ରଥମ ଫିଲ୍ମ ଥିଲା ଦୋ ଅନ୍‌ଜାନେ । ଏହାର ସେଟରେ ଅମିତାଭଙ୍କ ପ୍ରଫେସନାଲିଜ୍ମ ରେଖାଙ୍କୁ ଖୁବ ପ୍ରଭାବିତ କରିଥିଲା । ସେ ଏହି ସେଟରେ ଅମିତାଭଙ୍କ ପାଖରୁ ଅନେକ କିଛି ଶିଖିଥିଲେ । ସେ ନିଜର ଭାଷା ଓ ଆକଫିଂ ଉପରେ କାମ କରିବା ଆରମ୍ଭ କରିଥିଲେ ଏହା ସହିତ ନିଜ ଓଜନ ମଧ୍ୟ କମାଇଥିବା ଅନେକ ସାକ୍ଷାତକାରରେ ପ୍ରକାଶ କରିଛନ୍ତି । ଏପରିକି ସେ ଲଣ୍ଡନରେ ମେକଅପର କୋର୍ସ ମଧ୍ୟ କରିଥିଲେ ।

Launching Ceremony of “AYUSHMAN BHARAT
Leave A Reply

Your email address will not be published.