ବଲାଙ୍ଗୀର : ରେଳ ଧାରଣାରୁ ଯୁବକଙ୍କ ମୃତଦେହ ଉଦ୍ଧାର ଇ ବଲାଙ୍ଗିର ଦେଓଗାଁ ରୋଡ଼ ରେଳଷ୍ଟେସନ ନିକଟ ରେଳଧାରଣାରୁ ଯୁବକଙ୍କ ଖଣ୍ଡ ବିଖଣ୍ଡିତ ମୃତଦେହ ଉଦ୍ଧାର । ଯୁବକଙ୍କ ପରିଚୟ ଅସ୍ପଷ୍ଟ ରହିଥିବାବେଳେ ନିକଟସ୍ଥ ଧାନ ବିଲରେ ରକ୍ତ ପଡିଥିବା ଦେଖିବାକୁ ମିଛି ଇ ଏହାକୁ ନେଇ ଯୁବକଙ୍କୁ ହତ୍ୟା କରି ରେଳଧାରଣରେ ଫିଙ୍ଗିଦେଇଥିବା ସନ୍ଦେହ କରାଯାଉଛି । ଘଟଣାସ୍ଥଳରେ ଆରପିଏଫ ଓ ଜିଆରପି ପହଞ୍ଚି ମୃତଦେହ ଜବତ କରିବା ପରେ ବ୍ୟବଚ୍ଛେଦ ପାଇଁ ପଠାଇଥିବା ଜଣାପଡିଛି।
ସୂଚନା ଅନୁଯାୟୀ, ସୋମବାର ସକାଳେ ବଲାଙ୍ଗୀର ଦେଓଗାଁ ରେଳଷ୍ଟେସନ ନିକଟ ରେଳଧାରଣାରୁ ଜଣେ ଯୁବକଙ୍କ ମୃତଦେହ ଠାବ ହୋଇଛି । ଟ୍ରେନ୍ ଲାଇନ୍ରେ ମୃତଦେହ ପଡିଥିବା ଦେଖି ସ୍ଥାନୀୟ ଲୋକେ ଜିଆର୍ପି ଏବଂ ପୋଲିସକୁ ଖବର ଦେଇଥିଲେ । ବର୍ତ୍ତମାନ ସୁଦ୍ଧା ଯୁବକଙ୍କ ପରିଚୟ ଅସ୍ପଷ୍ଟ ରହିଥିବାବେଳେ ଏହା ହତ୍ୟା ନା ଆତ୍ମହତ୍ୟା ସେନେଇ କୌଣସି ସ୍ପଷ୍ଟ ସୂଚନା ମିଳିନାହିଁ ।
ତେବେ ରେଳଧାରଣା ନିକଟରେ ରକ୍ତର ଛିଟା ପଡିଛି । ଯାହାକୁ ଦେଖି ସ୍ଥାନୀୟ ଲୋକେ ଏହାକୁ ହତ୍ୟା ବୋଲି ସନ୍ଦେହ କରୁଛନ୍ତି । ଘଟଣାସ୍ଥଳରେ ଦେଓଗାଁ ଥାନା ପୋଲିସ ପହଞ୍ଚି ତଦନ୍ତ କରୁଥିବା ସୂଚନା ମିଳିଛି ।

Comments are closed.