ଜାକର୍ତ୍ତା: ଇଣ୍ଡୋନେସିଆର ରିଉ ଆଇଲ୍ୟାଣ୍ଡ ପ୍ରଦେଶରେ ଏକ ଜାହାଜର ମରାମତି ବେଳେ ତୈଳ ଟ୍ୟାଙ୍କରରେ ନିଆଁ ଲାଗି ୧୦ ଜଣଙ୍କର ମୃତ୍ୟୁ ହୋଇଛି ଓ ୧୮ ଜଣ ଆହତ ହୋଇଛନ୍ତି। ବାଟମ୍ ସିଟିର ଏକ ସିପ୍ୟାର୍ଡ଼ରେ ମରାମତି ଚାଲିଥିବା ବେଳେ ଭୋର୍ ୪ଟାରେ ଏହି ଅଗ୍ନିକାଣ୍ଡ ଘଟିଥିଲା। ସମସ୍ତ ମୃତାହତ ଜାହାଜରେ କାମ କରୁଥିଲେ। ଜଳପଥରେ ସିଙ୍ଗାପୁର ଏହି ଅଞ୍ଚଳଠାରୁ ୨୦ କିମି ଦୂର। ଅଗ୍ନିକାଣ୍ଡର କାରଣ ଜଣାପଡ଼ିନାହିଁ। ଜୁନରେ ମଧ୍ୟ ବାଟମରେ ଏକ ଜାହାଜରେ ନିଆଁ ଲାଗି ୪ ଜଣଙ୍କର ମୃତ୍ୟୁ ହୋଇଥିଲା।
