ଝାରସୁଗୁଡ଼ା: ଝାରସୁଗୁଡ଼ା ଦେଇ ବିମାନ ସେବା ଲାଗି ଘରୋଇ ବିମାନସେବା ପ୍ରଦାନକାରୀ ସଂସ୍ଥା ଇଣ୍ଡିଗୋ ଓ ଆଲିଏନସ୍ ଏୟାର ଆଗ୍ରହ ପ୍ରକାଶ କରିଛି । ଝାରସୁଗୁଡ଼ାରୁ ମାୟାନଗରୀ ମୁମ୍ବାଇ ଏବଂ ଆଇଟି ହବ୍ ବାଙ୍ଗାଲୁରୁକୁ ବିମାନ ସେବା ଯୋଗାଇବା ଲାଗି ଟାଇମ ସ୍ଲଟ୍ ପ୍ରଦାନ ସକାଶେ ଇଣ୍ଡିଗୋ ସଂସ୍ଥା ଏୟାରପୋର୍ଟ ଅଥରିଟି ଅଫ ଇଣ୍ଡିଆ ପାଖରେ ଆବେଦନ କରି ଥିବା ବେଳେ ଆଲିଏନସ୍ ଏୟାର ଦୁଇ ଥର ଭୁବେନେଶ୍ୱର ଓ ବାନାରସ ପାଇଁ ଆବେଦନ କରିଛି । ଆଗାମି ଦିନରେ ଝାରସୁଗୁଡ଼ା ଦେଇ ସମ୍ଭାବ୍ୟ ବିମାନ ସେବା ଆରମ୍ଭ ହେବ ବୋଲି ଝାରସୁଗୁଡ଼ା ବୀର ସୁରେନ୍ଦ୍ର ସାଏ ବିମାନବନ୍ଦର ର ନିର୍ଦ୍ଦେଶକ ଆଶା ପ୍ରକାଶ କରିଛନ୍ତି । ବିମାନବନ୍ଦର କର୍ତୃପକ୍ଷଙ୍କ ଅନୁଯାୟୀ ଝାରସୁଗୁଡ଼ା ଦେଇ ବିମାନ ଚଳାଚଳ ଲାଗି ବହୁ ଦିନରୁ ଇଣ୍ଡିଗୋ ଆଗ୍ରହୀ ଥିବା ବେଳେ ଏନେଇ ଆବଶ୍ୟକୀୟ ବ୍ୟବସ୍ଥା ହୋଇ ପାରିନାହିଁ । ଝାରସୁଗୁଡ଼ା ବିମାନବନ୍ଦର ଗତ ୨୦୧୮ ସେପେଫମ୍ବର ୨୨ ତାରିଖ ଦିନ ଉଦXାଟିତ ହେବା ପରେ ୨୦୧୯ ମାର୍ଚ୍ଚ ୩୧ ତାରିଖ ଠାରୁ ଆର୍ସିଏସ୍ ଉଡ଼ାନ ଯୋଜନାରେ ଆନୁଷ୍ଠାନିକ ବ୍ୟବସାୟିକ ବିମାନସେବା ଆରମ୍ଭ ହୋଇଥିଲା ।
ପ୍ରାରମ୍ଭରେ ଆଲିଏନସ୍ ଏୟାର ଏବଂ ସ୍ପାଇସଜେଟ୍ ବିମାନସେବା ଆରମ୍ଭ କରିଥିଲେ । ଏବେ ରାଜଧାନୀ ଦିଲ୍ଲୀ, ବାଙ୍ଗାଲୁରୁ, କୋଲକାତା, ହାଇଦ୍ରାବାଦ, ଭୁବନେଶ୍ୱର, ରାୟପୁର, ଆଦି ସ୍ଥାନକୁ ବିମାନ ଚଳାଚଳ କରୁଛି । ଇଣ୍ଡିଗୋ ସମେତ ଅନ୍ୟ ଘରୋଇ ବିମାନସେବା ପ୍ରଦାନକାରୀ ସଂସ୍ଥା ଗୁଡ଼ିକ ବିମାନ ଚଳାଚଳ ଲାଗି ଆଗେଇ ଆସିଲେ ଝାରସୁଗୁଡ଼ା ଦେଇ ବିମାନସେବା ଆହୁରି ସୁସଂଗଠିତ ହେବା ସହ ଅଧିକରୁ ଅଧିକ ସ୍ଥାନକୁ ଝାରସୁଗୁଡ଼ା ଆକାଶ ପଥରେ ଯୋଡ଼ି ହେବ ବୋଲି ଆଶା ପ୍ରକାଶ ପାଇଛି । ଇଣ୍ଡିଗୋ ଓ ଆଲିଏନସ୍ ଏୟାର ପକ୍ଷରୁ ଅର୍ଥାତ ଡିସେମ୍ବର ୩୧ରୁ ବିମାନସେବା ଆରମ୍ଭ କରାଯିବାକୁ ସମ୍ଭାବନା ଥିବାରୁ ଆଗକୁ ଅନ୍ୟ ସଂସ୍ଥାମାନେ ବି ଝାରସୁଗୁଡ଼ାରୁ ବିମାନ ଚଳାଚଳ ଲାଗି ପ୍ରୟାସ କରିବେ । ଆର୍ସିଏସ୍ ଉଡ଼ାନ ଯୋଜନାରେ ଝାରସୁଗୁଡ଼ା ବିମାନବନ୍ଦର ସଫଳତା ତଥା ମହାମାରୀ କୋଭିଡ୍ ଦ୍ୱାରା ଯାତ୍ରୀ ସଂଖ୍ୟା ଅନ୍ୟାନ୍ୟ ବିମାନବନ୍ଦର ତୁଳନାରେ ବିଶେଷ ହ ୍ରାସ ନ ହେବା ପରେ ଝାରସୁଗୁଡ଼ା ବିମାନବନ୍ଦର ଉପରେ ଫୋକସ ରହିଛି । ଏହି ବିମାନବନ୍ଦରର ଭବିଷ୍ୟତ ଉଜ୍ଜ୍ୱଳ ହୋଇଥିବା ନେଇ ଖୋଦ ବେସାମାରିକ ବିମାନ ଚଳାଚଳ ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ ମଧ୍ୟ ଝାରସୁଗୁଡ଼ା ଠାରେ ଉଡ଼ାନ ଉସିବ ସମୟରେ ମତ ବ୍ୟକ୍ତ କରିଥିଲେ ।
ଆଗକୁ ଝାରସୁଗୁଡ଼ାରୁ ଗୋଆ, ଚଣ୍ଡିଗଡ, ବାନାରସ,ନାଗପୁର ବିମାନ ସେବା ମିଳିବ ବୋଲି ଆଶାସୃଷ୍ଟି ହୋଇଛି । ବିମାନବନ୍ଦରର ଗୁରୁତ୍ୱ ବୃଦ୍ଧି ସହ ଏକ ସଫଳତମ ବିମାନବନ୍ଦରର ରୂପ ନେବାର ସମ୍ଭାବନା ଜାଗ୍ରତ ହୋଇଛି । କେତେକ ଅସୁବିଧାର ସମାଧାନ ର ଗୁରୁତ୍ୱ ରହିଛି ।ଝାରସୁଗୁଡ଼ା ବୀର ସୁରେନ୍ଦ ୍ରସାଏ ବିମାନ ବନ୍ଦର ର କୁ ଯାତ୍ରୀ ମାନଙ୍କୁ ନେବା ପାଇଁ ଓ ଛାଡିବାକୁ ଆସୁ ଥିବା ଲୋକଙ୍କ ମାନଙ୍କ ପାଇଁ ବାରଣ୍ଡାରେ ୧୫ଜଣ ଯାତ୍ରୀ ବସିବା ପାଇଁ ଯେଉଁ ବ୍ୟବସ୍ଥା କରା ଯାଇଛି ତାହା ଅତ୍ୟନ୍ତ ଦହନିୟ ବର୍ତମାନ ଝାରସୁଗୁଡାରେ ଦିନର ତାପମାତ୍ରା ୪୩ ଡିଗ୍ରି ଉପରେ ରହୁଛି । ଏଣୁ ସେଠାରେ ବସିବା ମଧ୍ୟ କଷ୍ଟକର ହେଉଛି । ବିମାନ ବନ୍ଦର ରେ ଯାତ୍ରି ମାନଙ୍କ ପାଇଁ ମେଡିକାଲ ର କିଛି ବ୍ୟବସ୍ଥା ହୋଇ ନାହିଁ । ସଦ୍ଧ୍ୟାରେ ଭିତରେ ଥିବା କଫି ଷ୍ଟଲ ବନ୍ଦ ହୋଇ ଯିବାରୁ ଯାତ୍ରୀ ମାନେ ଅସୁବିଧା ଭୋଗ କରୁଛନ୍ତି । ସେଥିପ୍ରତି ଦୃଷ୍ଟି ଦେବାକୁ ଦାବି ହେଉଛି ।

Comments are closed.