ଉଡ଼ିଲା ଭାରତର ପ୍ରଥମ ଘରୋଇ ନିର୍ମିତ ରକେଟ୍‌

ଶ୍ରୀହରିକୋଟା: ଆଜି ଚେନ୍ନାଇଠାରୁ ୧୧୫ କିଲୋମିଟର୍‌ ଦୂରରେ ଥିବା ଶ୍ରୀହରିକୋଟା ସ୍ପେସ୍ପୋର୍ଟରୁ ସଫଳ ଭାବେ ଘରୋଇ ନିର୍ମିତ ରକେଟ୍‌ ଉଡ଼ିଛି । ରକେଟ୍‌ର ନାମ ବିକ୍ରମ୍‌-ଏସ୍‌ ବୋଲି ଭାରତୀୟ ମହାକାଶ ଗବେଷଣା ସଂସ୍ଥାନ ବା ଇସ୍ରୋ ସୂଚନା ଦେଇଛି ।

ଭାରତୀୟ ମହାକାଶ ଗବେଷଣା ସଂସ୍ଥାନଦ ଏବଂ ଇଣ୍ଡିଆନ୍‌ ନ୍ୟାସ୍ନାଲ୍‌ ସ୍ପେସ୍‌ ପ୍ରମୋସନ୍‌ ଆଣ୍ଡ୍‌ ଅଥରାଇଜେସନ୍‌ ସେଣ୍ଟର୍‌ ସହଯୋଗରେ ହାଇଦ୍ରାବାଦସ୍ଥିତ ଷ୍ଟାର୍ଟଅପ୍‌ ସ୍କାଏରୁଟ୍‌ ଏରୋସ୍ପେସ୍‌ ପ୍ରାରମ୍ଭ ମିସନ୍‌ ଏବଂ ବିକ୍ରମ-ଏସ୍‌ ରକେଟ୍‌ ବିକଶିତ କରିଥିଲା । ଏହି ରକେଟ୍‌ରେ ଆନ୍ଧ୍ରପ୍ରଦେଶର ଏନ୍‌ ସ୍ପେସ୍‌ ଟେକ୍‌ ଇଣ୍ଡିଆଦ, ଚେନ୍ନାଇର ଷ୍ଟାର୍ଟଅପ୍‌ ସ୍ପେସ୍‌ କିଡ୍ସ୍‌ ଏବଂ ଆର୍ମେନିଆନ୍‌ ବେଜୁମ୍‌କ୍ୟୁ ସ୍ପେସ୍‌ ରିସର୍ଚ ଲ୍ୟାବ୍‌ ଦ୍ୱାରା ନିର୍ମିତ ।

ସ୍କାଇରୁଟ୍‌ ଏରୋସ୍ପେସ୍‌ର ସଂସ୍ଥାପକ ପବନ କୁମାର ଚନ୍ଦନ କହିଛନ୍ତି, ଭାରତର ପ୍ରଥମ ଘରୋଇ ରକେଟ୍‌ ଉତ୍‌କ୍ଷେପଣ କରି ଆଜି ଆମ୍ଭେ ଇତିହାସ ସୃଷ୍ଟି କଲୁ । ଏହା ନବଭାରତର ସଂକେତ, ଉଜ୍ଜ୍ୱଳ ଭବିଷ୍ୟତର ପ୍ରାରମ୍ଭ ।

ଇସ୍ରୋ ସୂଚନା ଅନୁସାରେ, ମିସନ୍‌ ପ୍ରାରମ୍ଭ ସଫଳତାର ସହିତ ସମ୍ପନ୍ନ ହୋଇଛି ।

Comments are closed.