ଭାରତର ପ୍ରଥମ H3N2 ସ୍ୱାଇନ୍ ଫ୍ଲୁରେ ୨ ଆକ୍ରାନ୍ତଙ୍କ ମୃତ୍ୟୁ

ନୂଆଦିଲ୍ଲୀ : କରୋନା ଭାଇରସର ଭୟାବହତା ପରେ ପରେ ମାଡି ଚାଲିଛି ପୁଣି ଗୋଟିଏ ଗୋଟିଏ ଭୁତାଣୁ ଜନିତ ରୋଗ I ବର୍ତ୍ତମାନ ଦେଶରେ H3N2 ଭାଇରସ ନିଜର କାୟା ବିସ୍ତାର କରିସାରିଲାଣି । ଏହି ମାରାତ୍ମକ ଭାଇରସ ରେ ଆକ୍ରାନ୍ତ ହୋଇ ଦୁଇ ଜଣଙ୍କର ମୃତ୍ୟୁ ଘଟିଥିବା ଜଣା ପଡିଛି I ମୃତକଙ୍କ ମଧ୍ୟରେ ଜଣେ କର୍ଣ୍ଣାଟକ ଓ ଜଣେ ହରିଆଣାର ହୋଇଥିବା ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ମିଳିଛି I

ସୂଚନା ଅନୁସାରେ, କର୍ଣ୍ଣାଟକର ହାସନରେ ଜଣେ ୮୨ ବର୍ଷ ବର୍ଷୀୟ ମହିଳା ଦେଶରେ H3N2 ଭାଇରସରେ ଶିକାର ହୋଇ ପ୍ରଥମ ମୃତ୍ୟୁବରଣ କରିଥିବା ଜଣାପଡିଛି । କର୍ଣ୍ଣାଟକ ସ୍ୱାସ୍ଥ୍ୟ ବିଭାଗ ସୂଚନାନୁସାରେ, ଫେବୃଆରୀ ୨୪ ରେ ସେ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ ଏବଂ ମାର୍ଚ୍ଚ ୧ ରେ ତାଙ୍କର ମୃତ୍ୟୁ ହୋଇଥିଲା । H3N2 ବ୍ୟତିତ ସେ ମଧୁମେହ ଏବଂ ଉଚ୍ଚ ରକ୍ତଚାପରେ ପୀଡିତ ଥିବା ଜଣାଯାଇଛି।

ସେହିପରି ଦେଶରେ ବର୍ତ୍ତମାନ H3N2 ଭାଇରସ ସଂକ୍ରମଣ ବଢ଼ିବାରେ ଲାଗିଛି । ବର୍ତ୍ତମାନ ସୁଦ୍ଧା ଏହି ଭାଇରସ ରେ ପ୍ରାୟ ୯୦ ଜଣ ଆକ୍ରାନ୍ତ ହୋଇଛନ୍ତି I ସେହିପରି ୮ ଜଣଙ୍କ ଶରୀରରୁ ଏହି ନମୁନା ଠାବ ହୋଇଛି। ବିଗତ କିଛି ମାସ ହେଲାଣି ଦେଶରେ ଥଣ୍ଡା, କାଶ ଓ ଜ୍ୱରରେ ପୀଡ଼ିତ ହେଉଥିବା ଲୋକଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଅଧିକାଂଶ ସଂକ୍ରମଣ H3N2 ଭାଇରସ ଦ୍ୱାରା ହେଉଥିବା ବିଶେଷଜ୍ଞମାନେ କହିଛନ୍ତି।

ବିଶେଷଜ୍ଞଙ୍କ ମତରେ ବିଗତ ୨ରୁ ୩ ମାସ ହେଲାଣି H3N2 ଇନଫ୍ଲୁଏଞ୍ଜାର ପ୍ରକୋପ ଦେଶର ଚିନ୍ତା ବଢାଇବାରେ ଲାଗିଛି । ଏଥିପାଇଁ ଲୋକମାନେ ଫ୍ଲୁ ଜନିତ ରୋଗରେ ଆକ୍ରାନ୍ତ ହେଉଛନ୍ତି।

କରୋନା ଭଳି ଏହି ରୋଗର ଲକ୍ଷଣ ମଧ୍ୟ ସମାନ ରହିଛି ଯେପରିକି କାଶ, ଗଳା ଦରଜ ହେବା,ଅଳ୍ପ ଅଳ୍ପ ଜ୍ୱର ହେବା, ଶରୀରରେ କଷ୍ଟ ଅନୁଭୂତ ହୋଇ ବିନ୍ଧା ହେବା ଏବଂ ନାକରୁ ପାଣି ଆସିବା । ଏହି ଲକ୍ଷଣ ଶରୀରରେ ଗୋଟିଏ ସପ୍ତାହରୁ ଅଧିକ ଦିନ ରହୁଛି। ବିଶେଷଜ୍ଞଙ୍କ ମତରେ ଏହି ଭାଇରସର ସଂକ୍ରମଣ କ୍ଷମତା ଅଧିକ। ସଂକ୍ରମିତ ଲୋକଙ୍କ କାଶ, ଛିଙ୍କ ଓ କ୍ଲୋଜ କଣ୍ଟାକ୍ଟରୁ ଏହା ବ୍ୟାପିଥାଏ। ତେଣୁ ସମସ୍ତେ କୋଭିଡ ସମୟରେ ଯେମିତି ନିୟମିତ ହାତ ଧୋଉଥିଲେ ଓ ମାସ୍କ ପରିଧାନ କରୁଥିଲେ, ଏବେ ମଧ୍ୟ ସମାନ ନୀତି ଅପାଣାଇବା ଦରକାର ବୋଲି ସେମାନେ କହିଛନ୍ତି।

Launching Ceremony of “AYUSHMAN BHARAT

Comments are closed.