ଭାରତରୁ ଗହମ ନେବା ପାଇଁ ବିଭିନ୍ନ ଦେଶର ଲମ୍ବା ଲାଇନ୍‌: ପ୍ରଥମ ଧାଡ଼ିରେ ଇଜିପ୍‌ଟ

ଦିଲ୍ଲୀ: ମାର୍ଚ୍ଚ ୨୯: ଋଷ-ୟୁକ୍ରେନ ଯୁଦ୍ଧର ପ୍ରଭାବ ସମଗ୍ର ବିଶ୍ୱରେ ପଡ଼ିଛି । ତେଲ ଓ ଗହମର ଅଭାବ ଦେଖାଯାଇଛି । ଋଷ୍‌ ଓ ୟୁକ୍ରେନ୍‌ରୁ ଆସୁଥିବା ତେଲ ଓ ଗହମ ରପ୍ତାନୀ ବନ୍ଦ ହୋଇଯାଇଛି । ଫଳରେ ଏହି ଦୁଇ ଦେଶଙ୍କଠାରୁ ତେଲ ଓ ଗହମ ନେଉଥିବା ରାଷ୍ଟ୍ରମାଙ୍କର ଏବେ ଅଭାବ ଦେଖାଯାଇଛି । ବିଶେଷ କରି ଗହମ ଅଭାବ ।

ହେଲେ ଭାରତର ଗହମକୁ ନେଇ ସେତେଟା ଚିନ୍ତିତ ନୁହେଁ । କାରଣ ଭାରତ ପାଖରେ ଆବଶ୍ୟକତାଠୁ ଢ଼େର୍‌ ଅଧିକ ଗହମ ମହଜୁଦ ରହିଛି । ଏକ ରିପୋର୍ଟ ଅନୁସାରେ, ଭାରତ ପାଖରେ ଏବେ ପ୍ରାୟ ୧୨ ମିଲିୟନ ଟନ୍‌ ଗହମ ମହଜୁଦ ରହିଛି । ଏଣୁ ବିଶ୍ୱବାସୀଙ୍କୁ ଖାଦ୍ୟାଭାବରୁ ରକ୍ଷା କରିବା ସକାଶେ ଭାରତ ଗହମ ରପ୍ତାନୀ କରିବା ପାଇଁ ମନସ୍ତ କରିଛି ।

ସେହିପରି ଭାରତଠାରୁ ଗହମ ନେବା ପାଇଁ ବିଭିନ୍ନ ରାଷ୍ଟ୍ର ଲମ୍ବା ଲାଇନ୍‌ ଲଗାଇଛନ୍ତି । ଲାଇନ୍‌ର ପ୍ରଥମ ତାଲିକାରେ ରହିଛି ଇଜିପ୍‌ଟ । ଗହମ ରପ୍ତାନୀ ନେଇ ଇଜିପଫ ସହ ଭାରତର ଆଲୋଚନା ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ଇଜିପ୍‌ଟ ପରେ ଚୀନ୍‌, ତୁର୍କୀ, ସୁଦାନ, ନାଇଜେରିଆ ଓ ଇରାନ ମଧ୍ୟ ଗହମ କିଣିବାକୁ ଇଚ୍ଛା ପ୍ରକାଶ କରିଥିବା ସୂଚନା ମିଳିଛି ।

ତେବେ ଭାରତ ପାଖରେ ଯଥେଷ୍ଟ ଗହମ ଥିବାରୁ ବିଶ୍ୱ ବଜାରରେ ଗହମର ଦର ରେକର୍ଡ ସ୍ତରରେ ପହଞ୍ଚିଥିଲେ ମଧ୍ୟ ସେତେଟା ବୃଦ୍ଧି ପାଇନାହିଁ । ଗତ ୧୦ ମାସ ମଧ୍ୟରେ ଭାରତରେ ଗହମ ଉତ୍ପାଦନ ୪ ଗୁଣା ଅଧିକ ବୃଦ୍ଧି ପାଇଛି । ଆଉ ଏବେ ଯେଉଁ ପରିସ୍ଥିତି ସୃଷ୍ଟି ହୋଇଛି ତାହା ଭାରତ ପାଇଁ ବରଦାନ ସାବ୍ୟସ୍ତ ହୋଇଛି । କାରଣ ଋଷ-ୟୁକ୍ରେନ୍‌ ଯୁଦ୍ଧ ପାଇଁ ଭାରତରେ ଉତ୍ପାଦିତ ଗହମର ଚାହିଦା ଏବେ ବିଶ୍ୱ ବଜାରରେ ଯଥେଷ୍ଟ ଅଧିକ ।

Govt

Comments are closed.