ଆମେରିକାଠାରୁ ଭାରତ କିଣିବ ପ୍ରିଡେଟର ଡ୍ରୋନ

ନୂଆଦିଲ୍ଲୀ: ଖୁବଶୀଘ୍ର ଭାରତ ପାଖକୁ ଆସିବ ବିଶ୍ୱର ସବୁଠାରୁ ଶକ୍ତିଶାଳୀ ଲଢୁଆ ଡ୍ରୋନ ଏମକ୍ୟୁ-୯ ରିପର ବା ପ୍ରିଡେଟର ଡ୍ରୋନ । ଏଥିପାଇଁ ଭାରତ ଓ ଆମେରିକା ମଧ୍ୟରେ ଆଲୋଚନା ଚୂଡ଼ାନ୍ତ ସ୍ତରରେ ପହଞ୍ଚିଛି । ମିଳିଥିବା ସୂଚନା ଅନୁସାରେ ଭାରତ ମୋଟ ୩ ବିଲିୟନ ଡଲାର ବା ୨୪ ହଜାର କୋଟି ଟଙ୍କା ମୂଲ୍ୟର ୩୦ଟି ପ୍ରେଡେଟର ଡ୍ରୋନ କିଣିବ ।

 ଆମେରିକାଠାରୁ ଭାରତ କିଣିବ ପ୍ରିଡେଟର ଡ୍ରୋନ

ସେନା, ବାୟୁସେନା ଓ ନୌସେନାକୁ ୧୦ଟି ଲେଖାଏଁ ଡ୍ରୋନ ମିଳିବ । ୨୦୧୯ ଏପ୍ରିଲ ମାସରେ ଟ୍ରମ୍ପ ପ୍ରଶାସନ ଆମେରିକାର ନିଜର ସାମରିକ ରପ୍ତାନି ନୀତିରେ ସଂଶୋଧନ କରି ଭାରତକୁ ଡ୍ରୋନ ରପ୍ତାନି ପାଇଁ ପଥ ପରିଷ୍କାର କରିଥିଲା । ଭାରତକୁ ପ୍ରାୟ ୩ ବିଲିୟନ ଡଲାର ବିନିମୟରେ ୩୦ଟି ଏମକ୍ୟୁ-୯ ରିପର ଡ୍ରୋନ ବିକ୍ରି ପାଇଁ ଆମେରିକା ପ୍ରସ୍ତାବ ଦେଇଥିଲା ।

 ଆମେରିକାଠାରୁ ଭାରତ କିଣିବ ପ୍ରିଡେଟର ଡ୍ରୋନ

ଜେନେରାଲ ଆଟମିକ୍ସ କମ୍ପାନି ଏସବୁ ଡ୍ରୋନଗୁଡ଼ିକର ନିର୍ମାଣ କରିଥାଏ । ଭାରତ ମଧ୍ୟ ଏହି ପ୍ରସ୍ତାବରେ ରାଜି ହୋଇଥିଲା । କି;ୁ ପରେ ଏହି ଯୋଜନା ଟିକିଏ ଶିଥିଳ ହୋଇଯାଇଥିଲା । ଦର ନିର୍ଦ୍ଧାରଣକୁ ନେଇ ଦୁଇ ଦେଶ ମଧ୍ୟରେ କେତେକ ମତଭେଦ ଯୋଗୁଁ ଏହି କ୍ରୟ ପ୍ରକ୍ରିୟା ଶିଥିଳ ହୋଇଯାଇଥିଲା । ଏହାଛଡ଼ା ଭାରତ ସ୍ୱଦେଶୀ ଜ୍ଞାନକୌଶଳରେ ଲଢୁଆ ଡ୍ରୋନ ନିର୍ମାଣ ଉପରେ ଗୁରୁତ୍ୱ ଦେଉଥିବାରୁ ବିଦେଶୀ ଡ୍ରୋନ ଉପରେ ପ୍ରାଥମିକତା କମିଯାଇଥିଲା ।

 ଆମେରିକାଠାରୁ ଭାରତ କିଣିବ ପ୍ରିଡେଟର ଡ୍ରୋନ

କି;ୁ ସୀମାରେ ଚୀନ ସେନାର ଉତ୍ପାତ ବଢିଚାଲିଥିବାରୁ ଭାରତ ତୁରନ୍ତ ଏହି ଡ୍ରୋନ କିଣିବାକୁ ନିଷ୍ପତ୍ତି ନେଇଛି । ଲଦାଖ ଓ ଅନ୍ୟ ଅଞ୍ଚଳରେ ଚୀନ ସେନା ଉପରେ ନଜର ରଖିବା ପାଇଁ ଏହା ବେଶ ଉପଯୋଗୀ ହୋଇପାରିବ ।

Govt

Comments are closed.