ମଧ୍ୟାନ ଭୋଜନ ରେ ଥଣ୍ଡା ଖାଦ୍ୟକୁ ନେଇ ଭାରତୀୟ ଖେଳାଳି ଅସନ୍ତୁଷ୍ଟ

ସିଡନୀ: -ଟି-୨୦ ବିଶ୍ୱକପ୍‌ ଖେଳିବାକୁ ଅଷ୍ଟ୍ରେଲିଆ ଗସ୍ତରେ ଅଛନ୍ତି ଭାରତୀୟ କ୍ରିକେଟ ଟିମ । ଆସନ୍ତାକାଲି (ଅକ୍ଟୋବର ୨୭) ଆରମ୍ଭ ହେବାକୁ ଯାଉଛି ନେଦରଲ୍ୟାଣ୍ଡ ସହିତ ଇଣ୍ଡିଆ ମ୍ୟାଚ । ଏହା ପୂର୍ବରୁ ଭାରତୀୟ ଖେଳାଳିଙ୍କ ମଧ୍ୟରେ ଦେଖାଦେଇଛି ଅସନ୍ତୋଷ I ଟିମ ଇଣ୍ଡିଆ ରହିଥିବା ହୋଟେଲ ଠାରୁ ପ୍ରାକ୍ଟିସ ଗ୍ରାଉଣ୍ଡ ୪୫ କିମି ଦୂର ହେଉଥିବାରୁ ଖେଳାଳି ମାନେ ନେଟ ପ୍ରାକ୍ଟିସ ପାଇଁ ମନା କରି ଦେଇଥିଲେ I

ସେହିପରି ନେଦରଲାଣ୍ଡ୍‌ସ ବିପକ୍ଷ ମ୍ୟାଚ୍‌ ପୂର୍ବରୁ ଅଭ୍ୟାସ ଶିବିରରେ ଯୋଗାଇ ଦିଆଯାଉଥିବା ଖାଦ୍ୟକୁ ନେଇ ଭାରତୀୟ ଦଳ ଅସନ୍ତୋଷ ପ୍ରକଟ କରିଛି । ଆଇସିସି ପକ୍ଷରୁ ବ୍ୟବସ୍ଥା କରାଯାଇଥିବା ଖାଦ୍ୟ ଦେଖି ଭାରତୀୟ ଦଳର ପ୍ରମୁଖ ଖେଳାଳି ବିରକ୍ତି ଭାବ ଜାହିର କରିଛନ୍ତି । ନେଟ୍ସ ପରେ ଭାରତୀୟ ଦଳକୁ ଯୋଗାଇ ଦିଆଯାଇଥିବା ସମସ୍ତ ଖାଦ୍ୟ ଥଣ୍ଡା ହୋଇଯାଇଥିଲା । ଟିମ୍‌କୁ କେବଳ ସ୍ୟାଣ୍ଡ୍‌ୱିଚ୍‌ ଦିଆଯାଇଥିଲା, ତା’ବି ପୁଣି ଥଣ୍ଡା ଥିଲା। ଅପରାହ୍ଣ ୨ଟାରେ ପ୍ରାକ୍ଟିସ୍‌ ସେସନ୍‌ ଶେଷ ହୋଇଥିଲା । ଏହି ସମୟରେ ଖେଳାଳିମାନେ ପୁରା ଭୋଜନ କରିଥାନ୍ତି। ହେଲେ ଟିମ୍‌ ଇଣ୍ଡିଆକୁ ଖାଦ୍ୟରେ କେବଳ ଥଣ୍ଡା ସ୍ୟାଣ୍ୱ୍‌ୱିଚ୍‌ ଓ ଫଳ ଦିଆଯାଇଥିବା ଅଭିଯୋଗ ହୋଇଛି। ଯାହାକୁ ନେଇ ଖେଳାଳିମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି। ଫଳରେ କିଛି ଖେଳାଳି ଖାଇବା ଫେରାଇ ଦେଇଥିଲେ ବୋଲି ଜଣାପଡ଼ିଛି। BCCI ସୂତ୍ର ଅନୁସାରେ, ପ୍ରାକ୍ଟିସ୍‌ ସେସନ୍‌ ପରେ ଖେଳାଳିଙ୍କୁ ଗରମ ଖାଦ୍ୟ ଦିଆଯିବା ଅତ୍ୟନ୍ତ ଜରୁରୀ। ଅନେକ ଖେଳାଳି ଅଭ୍ୟାସ ଶିବିରରୁ ସିଧା ହୋଟେଲ ଯାଇ ଖାଇଥିବା ଜଣାପଡ଼ିଛି ।

ପ୍ରକାଶ ଥାଉକି, ଚଳିତ ଟି-୨୦ ୱାର୍ଲ୍ଡ କପ୍‌ରେ ଭାରତର ପ୍ରଦର୍ଶନ ଦମ୍‌ଦାର୍ ରହିଛି। ଅକ୍ଟୋବର ୨୩ରେ ହୋଇଥିବା ମ୍ୟାଚ୍‌ରେ ଭାରତ ୪ ୱିକେଟ୍‌ରେ ପାକିସ୍ତାନକୁ ପରାସ୍ତ କରିଛି। ଅକ୍ଟୋବର ୨୭ ତାରିଖରେ ପ୍ରଖ୍ୟାତ ‘ସିଡ୍‌ନି କ୍ରିକେଟ୍‌ ଗ୍ରାଉଣ୍ଡ୍‌’ରେ ଭାରତ ଓ ନେଦର୍‌ଲାଣ୍ଡ୍‌ ମଧ୍ୟରେ ଖେଳ ହେବାକୁ ଯାଉଛି I

Launching Ceremony of “AYUSHMAN BHARAT

Comments are closed.