ପାର୍ବଣରେ ପ୍ରସ୍ତୁତ କରନ୍ତୁ ଚକୋଲେଟ୍‌ ଗୁଜୁରାତି ପେଡା

ସାମଗ୍ରୀ – ୩୦୦ ଗ୍ରାମ ମ୍ୟାରି ବିସ୍କୁଟ୍‌, ୧୫୦ ଗ୍ରାମ କଣ୍ଡେନ୍ସଡ୍‌ ମିá, ୧୫୦ ଗ୍ରାମ ଚକୋଲେଟ୍‌ ଫ୍ଲେଭର ସିରପ, ଏକ ଚାମଚ ଗୁଜୁରାତି ଗୁଣ୍ଡ, ୫୦ଗ୍ରାମ କୋରା ନଡିଆ, ୧୦ ଗ୍ରାମ କଟା ପିସ୍ତାଚିଓ ବା ପେସ୍ତାବାଦାମ ।

ପ୍ରଣାଳୀ – ଗୋଟିଏ ଫୁଡ୍‌ ପ୍ରୋସେସରରେ ମ୍ୟାରିଗୋଲï ବିସ୍କୁଟକୁ ଗୁଣ୍ଡ କରିନିଅନ୍ତୁ । ଏହି ଗୁଣ୍ଡରେ ଚକୋଲେଟ୍‌ ଫ୍ଲେଭର ସିରପ, କଣ୍ଡେନ୍ସଡ୍‌ ମିá ଓ ଗୁଜୁରାତି ଗୁଣ୍ଡ ପକାଇ ଗୋଳାନ୍ତୁ । ଏହାକୁ ଏକ ଗୁଳା ଆକାରର କରନ୍ତୁ । ଏହାପରେ ହାତରେ ତେଲ କିମ୍ବା ଘିଅ ଲଗାଇ ଏହି ଗୁଳାକୁ ଦୁଇଭାଗ କରନ୍ତୁ । ତାପରେ ଏହାକୁ ପେଡା ଆକାର ଦିଅନ୍ତୁ । ପେଡାର ମଝିରେ କିଛି ନଡିଆ ଓ ପେସ୍ତା ଖଣ୍ଡ ରଖନ୍ତୁ । କିଛି ସମୟ ପରେ ଏହାକୁ ଫ୍ରିଜ୍‌ରେ କିଛି ଘଣ୍ଟା ପାଇଁ ରଖିନିଅନ୍ତୁ । କିଛି ଘଣ୍ଟା ପରେ ଫ୍ରିଜ୍‌ରୁ କାଢି ବ୍ୟବହାର କରନ୍ତୁ ।

Launching Ceremony of “AYUSHMAN BHARAT

Comments are closed.