ତାମିଲନାଡୁ : ଭାରତ ବିବିଧିତାର ଦେଶ । ବିଭିନ୍ନ ଜାତି, ଧର୍ମ, ରୀତିନୀତି ଏବଂ ସଂସ୍କୃତିର ଏକ ଅନନ୍ୟ ମିଳନ ଏଠାରେ ଦେଖାଯାଏ । କିଛି ଦିନ ତଳେ ସାରା ଦେଶବାସୀ ଆଲୋକର ପର୍ବ ଦୀପାବଳିକୁ ଧୁମଧାମରେ ପାଳନ କରିସାରିଛନ୍ତି । ହେଲେ ଭାରତର ଏକ ଅଂଶରେ ଦୀପାବଳି ପରେ ଗୋବରରେ ଏକ ପର୍ବ ପାଳନ କରାଯାଇଥାଏ । ଏହା ପଢ଼ି ଆପଣ ନିଶ୍ଚିତ ଭାବେ ଆଶ୍ଚର୍ଯ୍ୟ ପ୍ରକାଶ କରୁଥିବେ । ହେଲେ ଦୀପାବଳି ପର୍ବର ଏକ ଅଂଶ ଭାବେ ଗୋରେହ³ା ଉତ୍ସବ ପାଳନ କରାଯାଇଥାଏ ।

ଏହି ନିଆରା ପର୍ବ ଗୁମତାପୁରା ଗାଁରେ ପାଳନ କରାଯାଏ, ଯାହା ତାମିଲନାଡୁ ଏବଂ କର୍ଣ୍ଣାଟକର ସୀମାରେ ଅବସ୍ଥିତ । ପରମ୍ପରା ଅନୁଯାୟୀ, ଗାଁଲୋକମାନେ ଗାଈର ଗୋବରକୁ ଗୋଟିଏ ସ୍ଥାନରେ ଏକାଠି କରନ୍ତି । ଏହାପରେ ପରସ୍ପର ମଧ୍ୟରେ ଗୋବର ଫିଙ୍ଗାଫିଙ୍ଗି ବା ବୋଳାବୋଳି ହୋଇଥାନ୍ତି । ଏବେ ସୋସିଆଲ ମିଡିଆରେ ଏହି ପର୍ବର ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି । ଗୋରେହ³ା ପର୍ବର ଦୃଶ୍ୟ ଆପଣଙ୍କୁ ହୋଲି ପରି ଅନୁଭବ କରାଇବ ।

ଉତ୍ତରପ୍ରଦେଶ, ବିହାରର କେତେକ ସ୍ଥାନରେ କାଦୁଆ ଫିଙ୍ଗି ହୋଲି ପାଳନ କରୁଥିବା ଦେଖିବାକୁ ମିଳିଥାଏ । ହେଲେ ଗୁମତାପୁରା ଗାଁର ଏହି ପର୍ବ ଅନ୍ୟ ପର୍ବଠାରୁ ଭିନ୍ନ ଏବଂ ଅଜବ । ତେବେ ଏହି ଉତ୍ସବ ୧୦୦ ବର୍ଷ ପୁରୁଣା ପରମ୍ପରାର ଅଂଶ । ଏଥିରେ ଆଖପାଖ ଗାଁ ଲୋକ ମଧ୍ୟ ସାମିଲ ହୋଇଥାନ୍ତି । ପରମ୍ପରାକୁ ନେଇ ବିଶ୍ୱାସ ରହିଛି ଯେ ଗୋବର ଲଢେଇ ଦ୍ୱାରା ଲୋକମାନଙ୍କର ଅନେକ ରୋଗ ଦୂର ହୋଇଥାଏ ଏବଂ ବ୍ୟକ୍ତି ନିରୋଗୀ ହୋଇଥାଏ ।

Comments are closed.