ଭାରତୀୟ କ୍ରିକେଟର ଦୀପକ ଚହର କିଛି ଦିନ ତଳେ ଗର୍ଲଫ୍ରେଣ୍ଡ୍ଙ୍କୁ ଷ୍ଟାଡିୟମରେ ପ୍ରପୋଜ୍ କରି ଚର୍ଚ୍ଚାକୁ ଆସିଥିଲେ । ଏବେ ଦୀପକ ଚହରଙ୍କ ଭଉଣୀକୁ ନେଇ ଜୋରଦାର ଆଲୋଚନା ଚାଲିଛି । ସୁନ୍ଦରୀ ମାଲତୀ ଚହର ଫିଲ୍ମରେ ଡେବୁ୍ୟ କରିବା ପାଇଁ ପ୍ରସ୍ତୁତି କରୁଛନ୍ତି ।

ମାଲତୀ ଖୁବଶୀଘ୍ର ବଡ଼ ପରଦାରେ ନଜର ଆସିବାକୁ ଯାଉଛନ୍ତି । ହେଲେ ମାଲତୀ ବଲିଉଡ୍ ନୁହେଁ ବରଂ ତାମିଲ ଫିଲ୍ମରେ ନିଜ ଅଭିନୟ କ୍ୟାରିଅର ଆରମ୍ଭ କରିବାକୁ ନିଷ୍ପତ୍ତି ନେଇଛନ୍ତି । ସେ ଭିଗ୍ନେଶ ଶିବାନ ଏବଂ ନୟନତାରାଙ୍କ ନୂଆ ପ୍ରଡକ୍ସନ ‘ଭେଞ୍ଚର ୱାକିଂ ଟକିଂ ଷ୍ଟ୍ରବେରି ଆଇସକ୍ରିମ୍’ରେ ସାଇନ କରିଥିବା ଜଣାପଡ଼ିଛି ।

ଏହି ଖୁସି ଖବରକୁ ମାଲତୀ ନିଜ ଟ୍ୱିଟର ଆକାଉଣ୍ଟରେ ସେୟାର କରିଛନ୍ତି । ନିଜ ଫଟୋକୁ ଅପଲୋଡ୍ କରିବା ସହ ଏହି ଫିଲ୍ମର ଅଂଶ ହୋଇ ବହୁତ ଉତ୍ସାହିତ ଥିବା କ୍ୟାପସନରେ ଲେଖିଛନ୍ତି । ବିନାୟକ ଫିଲ୍ମର ନିର୍ଦ୍ଦେଶନା ଦାୟିତ୍ୱରେ ଥିବା ବେଳେ ନୟନତାରା ଏବଂ ଭିଗ୍ନେଶ ଶିବାନ ପ୍ରଯୋଜନା ଦେଉଛନ୍ତି । ତେବେ ଏହି ଖବର ସାମ୍ନାକୁ ଆସିବା ପରେ ସୋସିଆଲ ମିଡିଆରେ ମାଲତୀଙ୍କୁ ଶୁଭେଚ୍ଛା ମିଳିବାରେ ଲାଗିଛି ।

ମାଲତୀ ଚହର ପେଶାରେ ଜଣେ ଅଭିନେତ୍ରୀ ହେବା ସହ ମଡେଲ୍ ମଧ୍ୟ । ସେ ଫିଲ୍ମ ଦୁନିଆକୁ ଆସିବା ପୂର୍ବରୁ ଅନେକ ବିଜ୍ଞାପନରେ ଅଭିନୟ କରିଛନ୍ତି । ଏହାସହ େୱବ୍ ସିପିଜ୍ ଲେଟ୍ସମ୍ୟାରି ଡଟ୍ କମ୍ରେ ମଧ୍ୟ କାମ କରିଛନ୍ତି । ଭାଇ ଦୀପକ ଚହର ଏବଂ ଡେବନ୍ ବ୍ରାବୋଙ୍କ ସହ ପପୁଲାର ଗୀତ ‘ଦ ୱାଲïର୍’ରେ ପରଫର୍ମ କରି ମାଳତୀ ଲାଇମଲାଇଟ୍କୁ ଆସିଥିଲେ ।

ମାଲତୀ ଏବଂ ଦୀପକଙ୍କ ଏହି ଭିଡିଓ ସୋସିଆଲ ମିଡିଆରେ ଖୁବ ଭାଇରାଲ ହୋଇଥିଲା । ଏହାସହ ମାଲତୀ ନିଜ ନିଆରା ଏବଂ ଦୃଢ ବ୍ୟକ୍ତିତ୍ୱ ପାଇଁ ସର୍ବଦା ହେଡ୍ଲାଇନ୍ରେ ରୁହନ୍ତି । ଏହାବ୍ୟତୀତ ତାଙ୍କ ଫ୍ୟାଶନ ସେନ୍ସକୁ ସମସ୍ତେ ପ୍ରଶଂସା କରିଥାନ୍ତି । ମାଲତୀଙ୍କ ଇନଷ୍ଟାଗ୍ରାମରେ ୬୦୩କେ ଫଲୋଅର୍ସ ଅଛନ୍ତି ।

ମାଲତୀ ମିସ୍ ଇଣ୍ଡିଆ ଅର୍ଥ ୨୦୦୯, ଫେମିନା ମିସ୍ ଇଣ୍ଡିଆ ୨୦୧୪ର ସେକେଣ୍ଡ୍ ରନର୍ସଅପ୍ ରହିଥିଲେ ।

Comments are closed.