ନଭେମ୍ବର ମାସ ୧୫ ତାରିଖରେ ଇଣ୍ଡୋନେସିଆରେ ଜି-୨୦ ଶିଖର ସମ୍ମିଳନୀର ବୈଠକ ବସିବ I ଏହି ଶିଖର ସମ୍ମିଳନୀର ଯୋଗ ଦେବେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି I ଏହି ଶିଖର ସମ୍ମିଳନୀରେ ଭାରତକୁ ଜି-୨୦ ର ସଭାପତିତ୍ୱ ହସ୍ତାନ୍ତର କରାଯିବ।
ଇଣ୍ଡୋନେସିଆରେ ଅନୁଷ୍ଠିତ ହେବାକୁ ଥିବା ଜି -୨୦ ଶିଖର ସମ୍ମିଳନୀରେ ହିମାଚଳ ପ୍ରଦେଶର କଳା ଓ ସଂସ୍କୃତିର ଝଲକ ଦେଖିବାକୁ ମିଳିବ। ଜି-୨୦ ସମ୍ମିଳନୀରେ ଭାରତ, ଜାପାନ, ଆମେରିକା, ବ୍ରିଟେନ, ଦକ୍ଷିଣ ଆଫ୍ରିକା, ଅଷ୍ଟ୍ରେଲିଆ, ଆର୍ଜେଣ୍ଟିନା, ବ୍ରାଜିଲ, କାନାଡା, ଚୀନ, ଫ୍ରାନ୍ସ, ଜର୍ମାନୀ, ଇଣ୍ଡୋନେସିଆ, ଇଟାଲୀ, କୋରିଆ, ମେକ୍ସିକୋ, ରୁଷ, ସାଉଦି ଆରବ, ତୁର୍କୀ ଏବଂ ୟୁରୋପୀୟ ସଂଘ ସାମିଲ ରହିଛି। ଆଗାମୀ ଜ-୨୦ ସମ୍ମିଳନୀକୁ ଆୟୋଜନ କରିବ ଭାରତ ଆଉ ଏଥିରେ ପ୍ରଧାନମନ୍ତ୍ରୀ ମୋଦି ବିଶ୍ୱସ୍ତରୀୟ ନେତାଙ୍କୁ ହିମାଚଳ ପ୍ରଦେଶର କଳା ଏବଂ ପରମ୍ପରା ପ୍ରୋତ୍ସାହିତ କରିବା ପାଇଁ ହିମାଚଳର ପାରମ୍ପରିକ ପୋଷାକ ପ୍ରଦାନ କରିବେ।
ଚଳିତଥର ଜି-୨୦ ସମ୍ମିଳନୀର ଆୟୋଜନ କରିବ ଭାରତ। ଡିସେମ୍ବର ୧ ତାରିଖରେ ଭାରତକୁ ଏନେଇ ଅଧ୍ୟକ୍ଷତା ମିଳିବ। ଏଥିରେ ପ୍ରଧାନମନ୍ତ୍ରୀ ମୋଦି ବିଶ୍ୱସ୍ତରୀୟ ନେତାଙ୍କୁ ହିମାଚଳ ପ୍ରଦେଶର କଳା ଏବଂ ପରମ୍ପରା ପ୍ରୋତ୍ସାହିତ କରିବା ପାଇଁ ହିମାଚଳର ପାରମ୍ପରିକ ପୋଷାକ ପ୍ରଦାନ କରିବେ। ତେବେ ମୋଦି ଜି-୨୦କୁ ଆସିବାକୁ ଥିବା ସମସ୍ତ ନେତାଙ୍କୁ ହିମାଚଳର ଚମ୍ବା ରୁମାଲ, କାଙ୍ଗଡାର ଲଘୁ ଚିତ୍ର, ଶାଲ୍, ହିମାଚଳୀ ମୁଖା, କୁଲ୍ଲ, ଶାଲ ଏବଂ କନାଲ ପିତ୍ତଳ ସେଟ୍ ଭଳି ଜିନିଷ ପ୍ରଦାନ କରିବେ। ଏହି ଉପହାର ଜରିଆରେ ଆମେରିକା, ରୁଷ, ଜାପାନ, ବ୍ରାଜିଲ, ୟୁଏଇ, ନେଦରଲାଣ୍ଡ ଏବଂ ସ୍ପେନ ଭଳି ଦେଶର ପ୍ରମୁଖ ନେତାମାନଙ୍କୁ ଉପହାର ପ୍ରଦାନ କରିବେ।
ମଙ୍ଗଳବାର ଦିନ ପ୍ରଧାନମନ୍ତ୍ରୀ ମୋଦୀ ଭାରତର ଜି -୨୦ ରାଷ୍ଟ୍ରପତିଙ୍କ ଲୋଗୋ, ଥିମ୍ ଏବଂ ୱେବସାଇଟ୍ ଲଞ୍ଚ କରିଛନ୍ତି। ଏହି ଲୋଗୋ ଉନ୍ମୋଚନକୁ ଐତିହାସିକ ମୁହୂର୍ତ୍ତ କହିବା ସହ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଥିଲେ। ଏହି ଲୋଗୋରେ ପଦ୍ମ ଫୁଲ ଉପରେ ପୃଥିବୀ ଚିତ୍ରଣ ହୋଇଛି । ଏହାକୁ ଭାରତୀୟଙ୍କ ରଙ୍ଗରେ ଏକ ସନ୍ଦେଶ ଏବଂ ଏକ ଭାବନା ରୂପେ ବର୍ଣ୍ଣନା କରିଥିଲେ। ବସୁଧୈବ କୁଟୁମ୍ୱକମ ବିଶ୍ୱ ପ୍ରତି ଭାରତ କରୁଣାର ପ୍ରତୀକ ଏବଂ ପଦ୍ମ ବିଶ୍ୱକୁ ଏକ କରିବାରେ ଭାରତର ସାଂସ୍କୃତିକ ଐହିତ୍ୟ ଏବଂ ବିଶ୍ୱାସକୁ ଚିତ୍ରିତ କରୁଛି ବୋଲି ସେ କହିଥିଲେ ।

Comments are closed.