ଭାରତ-ଦକ୍ଷିଣ ଆଫ୍ରିକା ଟି-୨୦ ମ୍ୟାଚ୍‌ ପାଇଁ ଜୋରଦାର ପ୍ରସ୍ତୁତି

କଟକ: ମଇ ୩୧: ବାରବାଟୀରେ ଟି-୨୦ ପାଇଁ ଆସନ୍ତାକାଲି ଠାରୁ ଆରମ୍ଭ ହେବ ଟିକେଟ୍‌ ବିକ୍ରି । ସକାଳ ୧୧ଟାରୁ ଏହି ପ୍ରକ୍ରିଆ ଆରମ୍ଭ ହେବ । ଅନଲାଇନରେ ମୋଟ ୫୦୦୦ ଟିକେଟ ବିକ୍ରି କରାଯିବ । ଗ୍ୟାଲେରୀ ନମ୍ବର ୨, ୪, ୭ ସ୍ପେଶାଲ ଏନକ୍ଲୋଜର, ନ୍ୟୁ ପାଭେଲିୟନ ଏବଂ ଏସି ବକ୍ସ ପାଇଁ ଟିକେଟ ବିକ୍ରି କରାଯିବ । ଟିକେଟ୍‌ ବୁକିଂ ପାଇଁ ନିଜର ପରିଚୟ ପ୍ରମାଣପତ୍ର ଦେଖାଇ ଫୋନ୍‌ ନମ୍ବର ଏବଂ ଇମେଲ ଆଇଡ଼ି ଦେଇ ବୁକ କରିବାକୁ ପଡିବ । ଜଣେ ବ୍ୟକ୍ତି କେବଳ ଦୁଇଟି ଟିକେଟ ବୁକିଂ କରିପାରିବେ । ଏହାସହ ୯ ତାରିଖରୁ ବାରବାଟୀ ଷ୍ଟାଡିୟମର ଟିକେଟ କାଉଣ୍ଟରରେ ଅଫଲାଇନରେ ଟିକେଟ ମିଳିବ । ବାରବାଟୀରେ ଆସନ୍ତା ଜୁନ ୧୨ରେ ହେବାକୁ ଥିବା ଭାରତ-ଦକ୍ଷିଣ ଆଫ୍ରିକା ଟି-୨୦ ମ୍ୟାଚ୍‌ ପାଇଁ ଓସିଏ ପକ୍ଷରୁ ଜୋରସୋରରେ ପ୍ରସ୍ତୁତି ଚାଲିଛି । ଷ୍ଟାଡିୟମର ପୁରା କ୍ଷମତା ସହିତ ଦର୍ଶକ ଉପସ୍ଥିତ ରହିବେ । ବାଲିଯାତ୍ରା ପଡିଆରେ ଗାଡି ପାର୍କିଂ ସୁବିଧା କରାଯିବ । ମ୍ୟାଚ୍‌ ପାଇଁ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯିବ ।

Govt

Comments are closed.