ଜାତିସଂଘରେ ପାକିସ୍ତାନ ଉପ‌ରେ ବର୍ଷିଲା ଭାରତ

0

ନୂଆଦିଲ୍ଲୀ : ଭାରତ ବୁଧବାର ଦିନ ଜାତିସଂଘ ମାନବାଧିକାର ପରିଷଦ (ୟୁଏନ୍‌ଏଚସିଆର୍‌) ରେ ପାକିସ୍ତାନକୁ ସଂଖ୍ୟାଲଘୁଙ୍କ ଉପରେ ନିର୍ଯାତନା ନେଇ ନିନ୍ଦା କରିଛି ଏବଂ ଏହାକୁ ଗଭୀର ବିଡ଼ମ୍ବନାପୂର୍ଣ୍ଣ ବୋଲି କହିଛି । ଇସଲାମାବାଦ ନିଜ ମାଟିରେ ସମସ୍ୟାର ସମାଧାନ କରିବା ପରିବର୍ତ୍ତେ ଅନ୍ୟ ଦେଶମାନଙ୍କୁ ମାନବାଧିକାର ଉପରେ ଭାଷଣ ଦେବାକୁ ଚାହୁଛି ବୋଲି ଭାରତ କହି ପାକିସ୍ତାନକୁ କଡ଼ା ଭର୍ତ୍ସନା କରିଛି। ଜାତିସଂଘରେ ଭାରତ ଇସଲାମାବାଦ ପ୍ରଚାରର ପର୍ଦ୍ଦାଫାସ କରିଛି। ଜାତିସଂଘ ମାନବାଧିକାର ପରିଷଦର ୬୦ତମ ଅଧିବେଶନର ୩୪ତମ ବୈଠକରେ ଭାଷଣ ଦେଇ ଭାରତୀୟ କୂଟନୀତିଜ୍ଞ ମହମ୍ମଦ ହୁସେନ କହିଛନ୍ତି, ‘ଭାରତ ଏହାକୁ ଗଭୀର ବିଡ଼ମ୍ବନାପୂର୍ଣ୍ଣ ମନେ କରୁଛି ଯେ ପାକିସ୍ତାନ ଭଳି ଏକ ଦେଶ ଅନ୍ୟମାନଙ୍କୁ ମାନବାଧିକାର ଉପରେ ଭାଷଣ ଦେବାକୁ ଚାହୁଛି। କିନ୍ତୁ ପ୍ରଚାର ପ୍ରସାର କରିବା ପରିବର୍ତ୍ତେ, ପାକିସ୍ତାନ ନିଜ ମାଟିରେ ସଂଖ୍ୟାଲଘୁଙ୍କ ଉପରେ ହେଉଥିବା ନିର୍ଯାତନାର ମୁକାବିଲା କରିବା ଉଚିତ। କାର୍ଯ୍ୟକ୍ରମରେ, ଜଣେ ଅନ୍ତର୍ଜାତୀୟ ଭୂରାଜନୈତିକ ଗବେଷକ ଜୋଶ ବୋୱେସ୍ ପାକିସ୍ତାନରେ ମାନବାଧିକାର ଉଲ୍ଲଂଘନ ପ୍ରତି ଦୃଷ୍ଟି ଆକର୍ଷଣ କରିଥିଲେ, ବିଶେଷକରି ବଲୁଚିସ୍ତାନରେ ଚାଲିଥିବା ସଙ୍କଟ ଉପରେ ଆଲୋକପାତ କରିଥିଲେ। ସେ ଦର୍ଶାଇଥିଲେ ଯେ ୨୦୨୫ ପାଇଁ ୟୁଏସ୍‌ସିଆ‌ଇଆରଏଫ୍‌ ଧାର୍ମିକ ସ୍ୱାଧୀନତା ରିପୋର୍ଟରେ ଉଲ୍ଲେଖ କରାଯାଇଛି ଯେ ୭୦୦ ରୁ ଅଧିକ ବ୍ୟକ୍ତିଙ୍କୁ ଈଶ୍ୱର ନିନ୍ଦା ଅଭିଯୋଗରେ ଜେଲରେ ରଖାଯାଇଛି, ଯାହା ପୂର୍ବ ବର୍ଷ ତୁଳନାରେ ୩୦୦ ପ୍ରତିଶତ ବୃଦ୍ଧି ପାଇଛି।

Launching Ceremony of “AYUSHMAN BHARAT
Leave A Reply

Your email address will not be published.