ଭାରତ- ଦ. ଆଫ୍ରିକା ଦ୍ୱିତୀୟ ଟି ଟ୍ୱେଣ୍ଟି : ଦ୍ୱିତୀୟ ବିଜୟ ଲକ୍ଷ୍ୟରେ ଭାରତ, ସଞ୍ଜୁଙ୍କ ଉପରେ ନଜର

ପୋର୍ଟ ଏଲିଜାବେଥ:ଘରୋଇ ଦକ୍ଷିଣ ଆଫ୍ରିକା ଓ ଭାରତ ମଧ୍ୟରେ ଖେଳାଯିବ ଦ୍ୱିତୀୟ ଟି ଟ୍ୱେଣ୍ଟି ମ୍ୟାଚ। ପ୍ରଥମ ମ୍ୟାଚରେ ବିଜୟ ସହିତ ଭାରତର ମନୋବଳ ଦୃଢ଼ ରହିଛି। ଏବେ ଦ୍ୱିତୀୟ ମ୍ୟାଚରେ ବିଜୟ ଲକ୍ଷ୍ୟ ନେଇ ଟିମ ଇଣ୍ଡିଆ ମଇଦାନକୁ ଓଲ୍ଲାଇବ। ଅନ୍ୟପଟେ ଘରୋଇ ଦଳ ସିରିଜକୁ ଫେରିବାକୁ ନେଇ ମଧ୍ୟ ଲକ୍ଷ୍ୟ ରଖିବ। ଆଜିର ମ୍ୟାଚରେ ସଂଜୁ ସାମସନଙ୍କ ଉପରେ ନଜର ରହିବ। ପ୍ରଥମ ମ୍ୟାଚରେ ଚମତ୍କାର ଶତକୀୟ ଇନିଂସ ଖେଳି ସମସ୍ତଙ୍କର ଦୃଷ୍ଟି ଆକର୍ଷଣ କରିଥିଲେ ସଂଜୁ। ଆଜି ଦ୍ୱିତୀୟ ମ୍ୟାଚରେ ତାଙ୍କ ଠାରୁ ଆଉ ଏକ ଜବରଦସ୍ତ ଖେଳ ଆଶା ରଖିଛନ୍ତି କ୍ରିକେଟ ପ୍ରେମୀ। ଅନ୍ୟ ପଟେ ଟପ ଅର୍ଡର ବ୍ୟାଟରଙ୍କ ଠାରୁ ମଧ୍ୟ ଭଲ ଖେଳ ଆଶା ରହିବ।

ସେଣ୍ଟ ଜର୍ଜ ପାର୍କର ପିଚ ପେସ ବୋଲରଙ୍କୁ ସୁହାଇ ଥାଏ। ତଥାପି ବ୍ୟାଟରଙ୍କୁ ଏଠି ଫାଇଦା ମିଳିପାରେ। ଆଜିର ମ୍ୟାଚରେ ବିଶାଳ ସ୍କୋର ହେବା ନେଇ ଆଶା ରଖିଛନ୍ତି କ୍ରୀଡା ପ୍ରେମୀ। ୪ଟି ମ୍ୟାଚ ବିଶିଷ୍ଟ ଏହି ଟି ଟ୍ୱେଣ୍ଟି ସିରିଜରେ ଭାରତ ଗୋଟିଏ ମ୍ୟାଚରେ ଜିତି ଆଗୁଆ ରହିଛି।

Launching Ceremony of “AYUSHMAN BHARAT

Comments are closed.