ଢାକା : ଭାରତ-ବାଂଲାଦେଶ ଦ୍ବିତୀୟ ଦିନିକିଆ ଆନ୍ତର୍ଜାତିକ କ୍ରିକେଟ୍ ମ୍ୟାଚ୍ରେ ଟସ ଜିତି ବ୍ୟାଟିଂ ନିଷ୍ପତ୍ତି ନେଲା ବାଙ୍ଗଲାଦେଶ I ଏହା ଫଳରେ ପ୍ରଥମେ ବୋଲିଂ କରିବାକୁ ପଡିଆକୁ ଓହ୍ଲାଇବ ଟିମ୍ ଇଣ୍ଡିଆ । ଆଜିର ମ୍ୟାଚ୍ରେ ଭାରତୀୟ ଟିମ୍ରେ ୨ଟି ପରିବର୍ତ୍ତନ କରାଯାଇଛି । ଶାହାବାଜ୍ ଅହମ୍ମଦ ଓ କୁଳଦୀପ ସେନ୍ଙ୍କ ବଦଳରେ ଅକ୍ଷର ପଟେଲ ଏବଂ ଉମ୍ରାନ୍ ମଲ୍ଲିକ ଟିମ୍ରେ ସାମିଲ ହୋଇଛନ୍ତି ।
ଭାରତ-ବାଂଲାଦେଶ ମଧ୍ୟରେ ଦିନିକିଆ ସିରିଜ ଚାଲିଛି । ପ୍ରଥମ ଦିନିକିଆରେ ବାଂଲାଦେଶ ଟିମ୍ ରୋମାଞ୍ଚକର ସହ ବିଜୟ ହାସଲ କରିଛି । ହେଲେ ଭାରତୀୟ ଟିମ୍ ପାଇଁ ୨ୟ ଦିନିକିଆ ମ୍ୟାଚ୍ ଜିତିବା ଏବେ ବାଧ୍ୟତାମୂଳକ ହୋଇଯାଇଛି । ଯଦି ବାଂଲାଦେଶ ଟିମ୍ ୨ୟ ଦିନିକିଆ ମ୍ୟାଚ୍ ଜିତିଯାଉଛି । ତେବେ ସିରିଜ୍ ଉପରେ କବ୍ଜା କରିବ ବାଂଲାଦେଶ ଟିମ୍ ।
ଆଜି ବାଂଲାଦେଶ ଟିମ୍ରେ ଖେଳୁଛନ୍ତି: ନାଜମୁଲ୍ ହୋସେନ୍ ଶାନ୍ତୋ, ଲିଟନ୍ ଦାସ (ଅଧିନାୟକ), ଅନାମୁଲ୍ ହକ୍, ଶାକିବ୍ ଅଲ୍ ହସନ୍, ମୁଶ୍ଫିକର୍ ରହିମ୍ (ୱିକେଟ୍ ରକ୍ଷକ), ମହମୁଦ୍ଉଲ୍ଲା, ଆଫିଫ୍ ହୋସେନ୍, ମେହିଦୀ ହସନ୍ ମିର୍ଜା, ନାସୁମ୍ ଅହମଦ୍, ମୁସ୍ତାଫିଜୁର୍ ରହମନ୍ ଓ ଏବାଦତ୍ ହୋସେନ୍।
ସେହିପରି, ଭାରତୀୟ ଦଳରେ ଖେଳୁଛନ୍ତି: ରୋହିତ ଶର୍ମା (ଅଧିନାୟକ), ଶିଖର ଧାୱନ୍, ବିରାଟ କୋହଲି, ଶ୍ରେୟସ୍ ଆୟର୍, କେ.ଏଲ୍. ରାହୁଲ୍ (ୱିକେଟ୍ ରକ୍ଷକ), ୱାସିଂଟନ୍ ସୁନ୍ଦର, ଅକ୍ଷର ପଟେଲ୍, ଶାର୍ଦ୍ଦୁଳ ଠାକୁର, ଦୀପକ ଚହର୍, ମହମ୍ମଦ୍ ସିରାଜ ଓ ଉମ୍ରାନ୍ ମଲିକ୍।

Comments are closed.