ସଡକ ଦୁର୍ଘଟଣାରେ ଋଷଭ ପନ୍ତ ଗୁରୁତ୍ତର ,ଜଳିଗଲା କାର

ନୂଆଦିଲ୍ଲୀ : ଭାରତୀୟ ଆନ୍ତର୍ଜାତୀୟ କ୍ରିକେଟ ଖେଳାଳି ଋଷଭ ପନ୍ତ ରାସ୍ତା ଦୁର୍ଘଟଣାରେ ଗୁରୁତର I ଦିଲ୍ଲୀରୁ ଫେରୁଥିବା ବେଳେ ରୁର୍କିର ଖରସନ ନିକଟରେ ତାଙ୍କ କାର ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲା I କାରଟି ଭାରସାମ୍ୟ ହରାଇ ଡିଭାଇଡର ରେ ପିଟି ହୋଇ ସମ୍ପୂର୍ଣ୍ଣ ରୂପେ ଜଳି ଯାଇଛି । ଜଳନ୍ତା କାର ରୁ ସାମ୍ନା ପଟ କାଚ ଭାଙ୍ଗି ଋଷଭ ବାହାରକୁ ଆସିଥିଲେ I ତାଙ୍କ ମୁଣ୍ଡ, ପିଠି, ଗୋଡ଼ ଓ ହାତରେ ଗଭୀର ଆଘାତ ଲାଗିଛି। ତାଙ୍କୁ ଚିକିତ୍ସା ପାଇଁ ପ୍ରଥମେ ରୁର୍କିର ‘ସକ୍ଷମ ହସ୍ପିଟାଲ୍‌’ ଏବଂ ପରେ ତାଙ୍କୁ ଡେରାଡୁନର ମ୍ୟାକ୍ସ ହସ୍ପିଟାଲ କୁ ସ୍ଥାନାନ୍ତରିତ କରାଯାଇଛି । ଏହି ଦୁର୍ଘଟଣା ମାଙ୍ଗାଲୋର କୋଟୱାଲୀର ଏନ.ଏଚ ୫୮ରେ ଘଟିଛି । ଦୁର୍ଘଟଣା ସମୟରେ କାର ରେ ଏକୁଟିଆ ଥିଲେ ଋଷଭ I

ହରିଦ୍ୱାର ପୋଲିସ ସୂଚନାନୁସାରେ ପନ୍ତ ନିଜେ ଡ୍ରାଇଭିଂ କରି ଦିଲ୍ଲୀରୁ ଉତ୍ତରାଖଣ୍ଡ ଆସୁଥିଲେ। କିନ୍ତୁ ରୁର୍କୀ ନିକଟରେ ଆଜି ଭୋର ୫.୩୦ରେ କାର୍‌ଟି ଭାରସାମ୍ୟ ହରାଇ ଡିଭାଇଡର୍‌ରେ ପିଟି ହୋଇଯାଇଥିଲା। ପନ୍ତ ଗାଡ଼ି ଚଳାଇବା ବେଳେ ଘୁମେଇ ପଡିବାରୁ ଏହି ଦୁର୍ଘଟଣା ଘଟିଛି। ଗାଡ଼ିର ବେଗ ଅଧିକ ଥିବାରୁ ଦୁର୍ଘଟଣା ପରେ ଏଥିରେ ନିଆଁ ଲାଗି ଯାଇଥିଲା। ତେବେ ସୌଭାଗ୍ୟବଶତଃ ପନ୍ତ ଗାଡ଼ି ବାହାରକୁ ଚାଲି ଆସିଥିଲେ। ତେଣୁ ତାଙ୍କ ଜୀବନ ଅଳ୍ପକେ ରକ୍ଷା ପାଇଯାଇଛି। କିନ୍ତୁ ସେ ଦୁର୍ଘଟଣା ଯୋଗୁ ଗୁରୁତର ଆହତ ହୋଇଛନ୍ତି। ସେ ନୂଆ ବର୍ଷ ପାଳନ ପାଇଁ ତଥା ମା’ଙ୍କୁ ସର୍ଵପ୍ରାଇଜ ଦେବା ପାଇଁ ରୁର୍କି ଯାଉଥିଲେ I

ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ଅନୁସାରେ, ଋଷଭ ପନ୍ତଙ୍କ କାର୍‌ ରାସ୍ତା ମଝିରେ ଥିବା ବାଡ଼ାରେ ସିଧା ଧକ୍କା ଖାଇବା ପରେ ନିଆଁ ଲାଗିଯାଇଥିଲା। ବହୁ କଷ୍ଟରେ ନିଆଁ ଲିଭାଯାଇଥିଲା। ତୁରନ୍ତ ଦୁର୍ଘଟଣାରେ ଗୁରୁତର ଆହତ ହୋଇଥିବା ପନ୍ତଙ୍କୁ ଦିଲ୍ଲୀ ରୋଡ୍‌ସ୍ଥିତ ‘ସକ୍ଷମ ହସ୍ପିଟାଲ୍‌’କୁ ନିଆଯାଇଥିଲା।

Govt

Comments are closed.