ଅଭାବନୀୟ ଘଟଣା, ସୂର୍ଯ୍ୟଙ୍କୁ ଜଳ ତର୍ପଣ ବେଳେ ଛାତରୁ ଗଳି ମହିଳାଙ୍କ ମୃତ୍ୟୁ

କେନ୍ଦ୍ରାପଡା : କେନ୍ଦ୍ରାପଡା ସହରରେ ପୋଲିସ କଲୋନୀରେ ଘଟିଯାଇଛି ଏକ ଦୁଃଖଦାୟକ ଘଟଣା I ମହିଳା ଜଣଙ୍କ ସକାଳେ ଠାକୁର ପୂଜା ସାରି ଛାତରେ ସୂର୍ଯ୍ୟଙ୍କୁ ଜଳ ତର୍ପଣ କରୁଥିବା ସମୟରେ ଖସିପଡି ମୃତ୍ୟୁ ବରଣ କରିଛନ୍ତି I

ଘଟନାନୁସାରେ କେନ୍ଦ୍ରାପଡ଼ା ସହର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ନିକଟ ପୁଲିସ କଲୋନୀରେ ସରକାରୀ ବାସଭବନ ରେ ସପରିବାରେ ରହନ୍ତି ହାବିଲଦାର ସୁଧାଂଶୁ ବିଶ୍ଵାଳ ଓ ତାଙ୍କ ପତ୍ନୀ ମମତା ବିଶ୍ଵାଳ (୫୨)। ମମତା ଆଜି ସକାଳେ ଠାକୁର ପୂଜା ସାରି ଦୁଇ ମହଲା ବାଲକୋନୀରେ ସୂର୍ଯ୍ୟଙ୍କୁ ପାଣି ତର୍ପଣ କରୁଥିଲେ । ଏହି ସମୟରେ ଅସାବଧାନତା ଯୋଗୁଁ ତାଙ୍କ ଗୋଡ଼ ଖସିଯିବାରୁ ତଳକୁ ଗଳି ପଡ଼ିଥିଲେ। ଖବର ପାଇ ଅଗ୍ନିଶମ କର୍ମଚାରୀ ତାଙ୍କୁ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ତେବେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହର ବ୍ୟବଚ୍ଛେଦ କରାଇଛି। ଥାନାରେ ଏନେଇ ଏକ ଅପମୃତ୍ୟୁ ମାମଲା ରୁଜୁ ହୋଇଥିବା ଟାଉନ ଆଇଆଇସି ତପନ ନାୟକ କହିଛନ୍ତି। ତାଙ୍କର ଅକାଳ ବିୟୋଗରେ ପୁଲିସ କର୍ମଚାରୀ ମହଲରେ ଗଭୀର ଶୋକ ପ୍ରକାଶ ପାଇଛି

Launching Ceremony of “AYUSHMAN BHARAT

Comments are closed.