ଭୁବନେଶ୍ୱର : ଏଫଏମ କଲେଜ ଛାତ୍ରୀ ଆତ୍ମାହୁତି ଘଟଣାକୁ ନେଇ ସରକାରୀ ସ୍ତରରେ ବଡ଼ ବୈଠକ । ଆଜି ଲୋକସେବା ଭବନରେ ବସିଛି ଗୁରୁତ୍ତ୍ୱପୂର୍ଣ୍ଣ ବୈଠକ । ୨ ଉପମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତିରେ ବୈଠକ ବସିଛି । ରାଜସ୍ବମନ୍ତ୍ରୀ ସୁରେଶ ପୂଜାରୀଙ୍କ ସହ ଏକାଧିକ ବିଧାୟକ ବୈଠକରେ ଉପସ୍ଥିତ ରହିଛନ୍ତି । ଛାତ୍ରୀଙ୍କ ମୃତ୍ୟୁକୁ ନେଇ ଆସନ୍ତା ୧୭ ତାରିଖରେ କଂଗ୍ରେସ ପକ୍ଷରୁ ଓଡିଶା ବନ୍ଦ ଡାକରା ଦିଆଯାଇଛି । ଏନେଇ ବୈଠକରେ ଗୁରୁତ୍ତ୍ୱପୂର୍ଣ୍ଣ ଆଲୋଚନା ହୋଇପାରେ ।
ଏହି ଭଳି ଘଟଣା ପୁନରାବୃତ୍ତି ନ ହେଉ ଏ ନେଇ ପଦକ୍ଷେପ ନିଆଯିବ ବୋଲି କହିଲେ ମନ୍ତ୍ରୀ ସୁରେଶ ପୂଜାରୀ । ଘଟଣାରେ ସମ୍ପୃକ୍ତ କେହି ବର୍ତ୍ତିବେ ନାହିଁ । ପ୍ରତ୍ୟେକ୍ଷ ଓ ପରୋକ୍ଷରେ ସମ୍ପୃକ୍ତ ଥିବା କାହାକୁ ଛଡ଼ାଯିବନି । ସୌମ୍ୟାଶ୍ରୀଙ୍କ ପରିବାରକୁ ନ୍ୟାୟ ଦେବାକୁ ସମସ୍ତ ପଦକ୍ଷେପ ନିଆଯିବ ।

Comments are closed.