ଆସନ୍ତା ୬ରେ ଲଘୁଚାପ ଜନିତ ବର୍ଷା ସମ୍ଭାବନା

ଭୁବନେଶ୍ୱର: ତାତିରୁ କଲବଲ ହେଉଥିବା ରାଜ୍ୟବାସୀଙ୍କୁ ଖୁବ୍‌ଶିଘ୍ରୀ ଆଶ୍ୱସ୍ତି ଅନୁଭବ ହେବାକୁ ଯାଉଛି ବୋଲି ଆଞ୍ଚଳିକ ପାଣିପାଗ ତରଫରୁ ସୂଚନା ମିଳିଛି । ଆସନ୍ତା ୬ ତାରିଖରେ ଲଘୁଚାପ ଆସୁଛି । ଏନେଇ ପାଣିପାଗ ବିଜ୍ଞାନୀ ରାଜେନ୍ଦ୍ର ଜେନାମଣି କହିଛନ୍ତି ଯେ, ଆସନ୍ତା ୪/୫ ତାରିଖ ପର୍ଯ୍ୟନ୍ତ ବର୍ଷା ହେବା ସମ୍ଭାବନା ନାହିଁ । ୬ ତାରିଖ ଓ ୭ ତାରିଖ ଆଡ଼କୁ ଏକ ଛୋଟ ଧରଣର ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି । ହେବାକୁ ଥିବା ଲଘୁଚାପ ପ୍ରଭାବରେ ଦକ୍ଷିଣ ଓଡ଼ିଶାରେ ବର୍ଷା ହେବାର ସମ୍ଭାବନା ରହିଛି । ଓଡ଼ିଶାରେ ଅଧା ମୌସୁମୀ ସରିଲାଣି । ହେଲେ ଏ ପର୍ଯ୍ୟନ୍ତ ୮% କମ୍‌ ବର୍ଷା ହୋଇଛି ।

ଅନ୍ୟପକ୍ଷରେ, ପାଣିପାଗ ବିଭାଗ ଚଳିତ ବର୍ଷ୨୬ ଜୁଲାଇରୁ ୧ ଅଗଷ୍ଟ ଯାଏଁ ଅନୁଭୂତ ଦୈନିକ ହାରାହାରି ବୃଷ୍ଟିପାତ ଏବଂ ସ୍ୱାଭାବିକ ବୃଷ୍ଟିପାତଠାରୁ ଏହାର ବ୍ୟବଧାନର ଏକ ତାଲିକା ପ୍ରଦାନ କରିଛି ।

Comments are closed.