ବିହାରରେ କମୁନି ବିଷାକ୍ତ ମଦ ମୃତୁ୍ୟ: ୧୫ ଦିନରେ ୪୧ ମୃତ

ବିହାର: ନଭେମ୍ବର ୦୫: ଦିନକୁ ଦିନ ବିହାରରେ ବିଷାକ୍ତ ମଦ ମୃତୁ୍ୟ ମାମଲା ବଢ଼ି ବଢ଼ି ଚାଲିଛି । ପ୍ରତ୍ୟେକ ଦିନ ବିଷାକ୍ତ ମଦ ପିଇ ଲୋକ ମୃତୁ୍ୟ ବରଣ କରୁଛନ୍ତି । ତଥାପି ଲୋକ ଏଥିରୁ ନିବୃତ୍ତ ରହୁନାହାନ୍ତି । ଖବର ଅନୁସାରେ, ବିଷାକ୍ତ ମଦ ପିଇ ଗତ ୧୫ ଦିନ ମଧ୍ୟରେ ବିହାରର ବିଭିନ୍ନ ଅଞ୍ଚଳରୁ ୪୧ ଜଣଙ୍କର ମୃତୁ୍ୟ ହୋଇସାରିଲାଣି । ସେହିପରି ଅନେକ ଲୋକ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି । ଅନେକ ବିଷାକ୍ତ ମଦ ପିଇ ନିଜ ଦୃଷ୍ଟି ଶକ୍ତି ହରାଛନ୍ତି ।

ସୂଚନା ଅନୁସାରେ, ବିଷାକ୍ତ ମଦ ପିଇ ୧୫ ଦିନ ମଧ୍ୟରେ ଗୋପାଳଗଙ୍ଗରୁ ୧୭ ଜଣ, ମୁଜାଫରପୁରରୁ ୬ ଜଣ, ବେତିଆରୁ ୧୩, ଗୁଠନୀରୁ ୫ ଜଣଙ୍କର ମୃତୁ୍ୟ ହୋଇଛି । ଅନ୍ୟପକ୍ଷରେ, ନକଲି ମଦ ପିଇ ଜାନୁଆରୀରୁ ଅକ୍‌ଟୋବର ମାସ ମଧ୍ୟରେ ବିହାର ବିଭିନ୍ନ ଅଞ୍ଚଳରୁ ୭୦ ଜଣଙ୍କର ମୃତୁ୍ୟ ହୋଇସାରିଲାଣି । ସେହି ଅଞ୍ଚଳଗୁଡ଼ିକ ହେଲା-ନବାଦା, ପଶ୍ଚିମ ଚମ୍ପାରଣ, ମୁଜାଫରପୁର, ସିବାନୀ ଏବଂ ରୋହତାସ ।

Govt

Comments are closed.