ଏୟାର ଇଣ୍ଡିଆର ନୂଆ ସିଇଓ ଇଲକେର ଆଇସି

ନୂଆଦିଲ୍ଲୀ: ଫେବୃଆରୀ ୧୫: ଏୟାର ଇଣ୍ଡିଆର ନୂଆ ସିଇଓ ହେଲେ ଇଲକେର ଆଇସି । ସେ ଏୟାର ଇଣ୍ଡିଆର ମୁଖ୍ୟ କାର୍ଯ୍ୟ ର୍ନିବାହୀ ଅଧିକାରୀ ଏବଂ ପରିଚାଳନା ନିର୍ଦ୍ଦେଶକ ଭାବେ ନିଯୁକ୍ତ ହୋଇଛନ୍ତି । ଏନେଇ ଟାଟା ସନ୍ ପକ୍ଷରୁ ଏକ ସୂଚନା ଦିଆଯାଇଛି । ଇଲକେର ପୂର୍ବରୁ ତୁର୍କୀସ ଏୟାରଲାଇନ୍ସର ଅଧ୍ୟକ୍ଷ ଦାୟିତ୍ୱରେ ଥିଲେ । ସେ ଆସନ୍ତା ଏପ୍ରିଲ ୧ରେ ଦାୟିତ୍ୱ ଗ୍ରହଣ କରିବେ । ୧୯୯୪ ମସିହାରେ ସେ ବୁଲକେଣ୍ଟ ୟୁନିଭର୍ସିଟିରୁ ପାଶ କରି ୧୯୯୫ରେ ଇଂଲଣ୍ଡର ଲିଡ୍ସ ୟୁନିଭର୍ସିଟିରେ ରାଜନୀତି ବିଜ୍ଞାନରେ ଗବେଷଣା କରିଥିଲେ । ଦୁଇ ବର୍ଷର ଗବେଷଣା ପରେ ୧୯୯୭ରେ ଆୟସି ଇସ୍ତାନବୁଲର ମରମାରା ୟୁନିଭର୍ସିଟିରୁ ଇଣ୍ଟରନ୍ୟାସନାଲ ରିଲେସନ ମାଷ୍ଟର ପ୍ରୋଗ୍ରାମ ପୂରା କରିବା ପରେ ତୁର୍କୀ ଏୟାରଲାଇନ୍ସରେ ଚାକିରି କରିଥିଲେ ।

Govt

Comments are closed.