ସ୍ୱିଟେକ୍‌ଙ୍କୁ ୟୁଏସ୍‌ ଓପନ ଟାଇଟଲ

ନୁ୍ୟୟର୍କ : ବିଶ୍ୱର ଏକ ନଂ ମହିଳା ଟେନିସ୍‌ ଖେଳାଳି ଇଗା ସ୍ୱିଟେକ୍‌ କ୍ୟାରିୟରର ପ୍ରଥମ ୟୁଏସ୍‌ ଓପନ ଗ୍ରାଣ୍ଡସ୍ଲାମ ଟାଇଟଲ ହାସଲ କରିଛନ୍ତି । ମୋଟ ଉପରେ ଏହା ସ୍ୱିଟେକଙ୍କ ତୃତୀୟ ଗ୍ରାଣ୍ଡସ୍ଲାମ ଟାଇଟଲ ସଫଳତା ।

ସ୍ୱିଟେକ୍‌ଙ୍କୁ ୟୁଏସ୍‌ ଓପନ ଟାଇଟଲ

ପୋଲାଣ୍ଡର ସ୍ୱିଟେକ ଟାଇଟଲ ମୁକାବିଲାରେ ତୁନିସିଆର ଅନ୍ସ ଜାବେଉରଙ୍କୁ ଭେଟିଥିଲେ । ୨ସେଟ୍‌ ବିଶିଷ୍ଟ ଏହି ମୁକାବିଲାରେ ସ୍ୱିଟେକ ୬-୨, ୭-୬ସେଟରେ ଜାବେଉରଙ୍କୁ ଧରାସାଇ କରିଥିଲେ । ଦୁଇଥର ସ୍ୱିଟେକ ଫ୍ରେଞ୍ଚ ଓପନ ଚାମ୍ପିଅନ ହୋଇଥିଲେ । ୨୧ବର୍ଷୀୟ ସ୍ୱିଟେକ ହାର୍ଡକୋର୍ଟରେ ପ୍ରଥମ ଟାଇଟଲ ଜିତିଛନ୍ତି । ପରାଜୟ ସତ୍ତେ୍ୱ ଜାବେଉର ବିଶ୍ୱମାନ୍ୟତାର ୨ନଂ ସ୍ଥାନ ବଜାୟ ରଖିଛନ୍ତି ।

ସ୍ୱିଟେକ୍‌ଙ୍କୁ ୟୁଏସ୍‌ ଓପନ ଟାଇଟଲ

ଜାବେଉର ଆରବ ଦେଶର ପ୍ରଥମ ମହିଳା ଖେଳାଳିଭାବେ ୱିମ୍ବଲଡନ୍‌ ପ୍ରତିଯୋଗୀତାର ଫାଇନାଲରେ ପ୍ରବେଶ କରିଥିଲେ । ୟୁଏସ୍‌ ଓପନରେ ସେ ଆଉ ଏକ କୀର୍ତ୍ତିମାନ ଅଧିକାରୀ ହୋଇଛନ୍ତି । ଆଫି୍ରକାର ସେ ପ୍ରଥମ ମହିଳା ଖେଳାଳିଭାବେ ୟୁଏସ ଓପନ ଚାମ୍ପିଅନସିପ୍‌ର ଉପବିଜେତା ହୋଇଛନ୍ତି ।

Launching Ceremony of “AYUSHMAN BHARAT

Comments are closed.